PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ତାଇୱାନର ରେଡ୍‌ ଲାଇନ୍‌ ଅତିକ୍ରମ ନକରୁ ୟୁଏସ୍‌ , ନୁହେଁତ ସମ୍ଭାଳି ପାରିବନି : ଚୀନ୍‌ର ଧମକ

ବେଜିଂ – ଆମେରିକା ଓ ଚୀନ୍‌ ମଧ୍ୟରେ ସଂପର୍କ ବିଗିଡ଼ିବାରେ ଲାଗିଛି। ମଙ୍ଗଳବାର ଚାଇନା ବିଦେଶ ମନ୍ତ୍ରୀ କ୍ୱିନ ଗାଙ୍ଗ ଆମେରିକା ଉପରେ ଅନେକ ଅଭିଯୋଗ ଲଗେଇଛନ୍ତି। ସେ କହିଛନ୍ତି- ଆମେରିକା ଇଣ୍ଡୋ-ପେସିଫିକ ଅଞ୍ଚଳରେ ମିଲିଟ୍ରି ବ୍ଲକ୍ସ କରି ଚୀନ୍‌କୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରୁଛି।  ଖାଲି ଏତିକି ନୁହେଁ , ଚାଇନା ବିଦେଶ ମନ୍ତ୍ରୀ ତାଇୱାନରେ ରେଡ୍‌ ଲାଇନ୍‌ କ୍ରସ୍‌ କରିବାକୁ ନେଇ ଆମେରିକାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ସେ ଆମେରିକାର ନାମ ନନେଇ  ଅଜଣା ଶକ୍ତିକୁ ୟୁକ୍ରେନରେ ଯୁଦ୍ଧ ପାଇଁ ଉସୁକାଇ ଆଞ୍ଚଳିକ କ୍ଷମତା ହାସଲ କରିବାର ଅଭିଯୋଗ ହି ଲଗେଇଛି। ଗତ ବର୍ଷ ଚୀନ୍‌ର ବିଦେଶ ମନ୍ତ୍ରୀ ପଦ ସମ୍ଭାଳୁଥିବା କ୍ୱିନ ଚୀନ୍‌ର ବାର୍ଷିକ ସଂସଦୀୟ ବୈଠକରେ ପ୍ରେସ୍‌ କନଫ୍ରେନ୍ସକୁ ସମ୍ୱୋଧିତ କରିଥିଲେ।

A Chinese military helicopter flying past Pingtan island, one of mainland China's closest point from Taiwan, in Fujian province on August 4, 2022, ahead of massive military drills off Taiwan following then US House Speaker Nancy Pelosi's visit to the self-ruled island. (AFP)

ଏହି ଅବସରରେ କ୍ୱିନ୍‌ ଗାଙ୍ଗ ମସ୍କୋର ରକ୍ଷା ବି କରିଛନ୍ତି । ସେ କହିଛନ୍ତି ଚୀନ-ରୁଷ୍‌ର ବନ୍ଧୁତା ଦୁନିଆର ଆଉ କୌଣସି ଦେଶ ପାଇଁ ବିପଦ ହୋଇ ନାହିଁ ଏବଂ ଏହା କୌଣସି ୩ୟ ଶକ୍ତି ଦ୍ୱାରା, ପ୍ରଭାବିତ ବି ହେବନାହିଁ । କ୍ୱିନ୍‌ କହିଛନ୍ତି ଦୁନିଆ ଯେତେ ଅଧିକ ଅସ୍ଥିର ଓ ଅଶାନ୍ତ ହେବ , ଚୀନ୍‌ ଓ ରୁଷ୍‌ର ସଂପର୍କ ସେତିକି ଦୃଢ଼ ହେବ ।  ସେ ଟାର୍ଗେଟ୍‌ କରି କହିଛନ୍ତି କି ଆମେରିକା ଦାବି କରୁଛି କି , ତାର ଇଣ୍ଡୋ-ପେସିଫିକ ରଣନୀତି କ୍ଷେତ୍ରୀୟ ସୁରକ୍ଷା ପାଇଁ ମୁଖ୍ୟ ଅଟେ । ହେଲେ ସତ ଏହା କି ଏହା ନାଟୋର ଏସିଆ-ପେସିଫିକ ଭର୍ସନ ଅଟେ ଏବଂ ଏଠାରେ ଏହା ଅଶାନ୍ତ ବୃଦ୍ଧି କରେଇବ। କହି ରଖୁଛି କି ଚୀନ, ଆମେରିକାର ଇଣ୍ଡୋ-ପେସିଫିକ୍‌ ରଣନୀତି ଓ ଆମେରିକା , ଭାରତ , ଜାପାନ ଓ ଅଷ୍ଟ୍ରେଲିଆର କ୍ୱାଡ ସମୂହର ସମାଲୋଚନା କରୁଛି । କ୍ୱିନ କହିଛନ୍ତି ଯଦି ଆମେରିକା ବ୍ରେକ୍‌ ନଲଗାଇ ଭୁଲ ରାସ୍ତାରେ ମାଡ଼ି ଚାଲିବ ତ ଡିରେଲ ହେବା ଥୟ ।

ଉଲ୍ଲେଖନୀୟ ଯେ, ଚୀନ୍‌ ଓ ଆମେରିକାର ସଂପର୍କ ବିଭିନ୍ନ ମାମଲାକୁ ନେଇ ବିଗିଡ଼ିବାରେ ଲାଗିଛି । ଏଥିରେ କରୋନା ଭାଇରସରୁ ନେଇ ଆମେରିକାରେ ଚୀନର ଗୁଇନ୍ଦା ବେଲୁନ୍‌ ଯାଏ ମାମଲା ସଂପୃକ୍ତ ଅଛି ।

ସମ୍ବନ୍ଧିତ ଖବର