ନୂଆଦିଲ୍ଲୀ ୨୨/୦୩: ଆମେରିକା ଓ ଇରାନ ଯୁଦ୍ଧରେ ଆମେରିକା ସୈନ୍ୟର ବଡ଼ କ୍ଷତି ହୋଇଛି । ଅଦ୍ୟାବଧି ଏହା ଅତିକମ୍‌ରେ ନିଜର ୧୬ ସାମରିକ ବିମାନ ହରାଇଛି । ଏଥିରେ ୧୨ ଡ୍ରୋନ୍ ଓ ୪ ବିମାନ ରହିଛି । ଗୋଟିଏ ଏଫ୍୩୫ ଫାଇଟର ଜେଟ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଡ୍ରୋନ୍‌ର ସର୍ବାଧିକ କ୍ଷତି ହୋଇଛି । ଆମେରିକାର ସମସ୍ତ ୧୨ ଏମ୍‌କ୍ୟୁ-ରିପର୍ ସଶସ୍ତ୍ର ଡ୍ରୋନ୍ ଥିଲା । ଏଗୁଡ଼ିକୁ ଇରାନ ଓ ଅନ୍ୟ ଶତ୍ରୁ ଉପରେ ପଶ୍ଚିମ ଏସିଆରେ ବାରମ୍ବାର ପ୍ରୟୋଗ କରାଯାଇଥାଏ । ରିପର୍ ଡ୍ରୋନ୍‌ରେ ହେଲଫାୟର ମିସାଇଲ ଥାଏ । ଏହା ୨୪ ଘଣ୍ଟା ଲଗାତାର ଉଡ଼ି ଶତ୍ରୁ ଠିକଣାକୁ ଧ୍ୱସ୍ତ କରିପାରେ ।

ଇରାନର ବାୟୁ ପ୍ରତିରକ୍ଷା ଓ ମିସାଇଲ ଏହି ୧୨ ଡ୍ରୋନ୍‌କୁ ଖସାଇଛନ୍ତି । ପ୍ରତ୍ୟେକ ରିପର୍ ଡ୍ରୋନ ମୂଲ୍ୟ ହାରାହାରି ୨୫୦ କୋଟି । ଏଗୁଡ଼ିକୁ ଇରାନର ମିସାଇଲ ସ୍ଥଳୀ ଓ ରିଭୋଲ୍ୟୁସନାରୀ ଗାର୍ଡ କ୍ୟାମ୍ପ୍‌କୁ ଆକ୍ରମଣ ପାଇଁ ପଠାଯାଇଥିଲା । ୩ ଏଫ୍-୧୫ ଫାଇଟର ଜେଟ୍‌କୁ କୁଏତ ବାୟୁସେନା ଭୁଲରେ ଖସାଇ ଦେଇଥିଲା । ଏହି ତିନି ଜେଟ୍ ଇରାନ ମିଶନ୍‌ରେ ଥିଲା । କୁଏତ ଏଗୁଡ଼ିକୁ ଶତ୍ରୁ ମନେକରି ମିସାଇଲ ମାଡ଼ କରିଥିଲା ଏଫ୍୧୫ ଆମେରିକାର ପୁରୁଣା କିନ୍ତୁ ଅତ୍ୟନ୍ତ ଶକ୍ତିଶାଳୀ ଫାଇଟର ଜେଟ୍ । ଏଥିରେ ବାୟୁରୁ ବାୟୁକୁ ମାଡ଼ କରୁଥିବା ମିସାଇଲ ସଂଲଗ୍ନ ହୋଇପାରେ ।

୪ର୍ଥ ବିମାନ କେସି-୧୩୫ ଷ୍ଟ୍ରାଟୋଟ୍ୟାଙ୍କର ଥିଲା । ଏହା ଏୟାର ରିଫ୍ୟୁଲିଙ୍ଗ ଟ୍ୟାଙ୍କର, ଯାହା ଆକାଶରେ ଅନ୍ୟ ବିମାନରେ ଇନ୍ଧନ ଭରେ । ଇରାକ ଆକାଶରେ ଇନ୍ଧନ ଭରିବା ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୬ ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହେଲା । କେସି-୧୩୫ ଅତ୍ୟନ୍ତ ଜରୁରି, କାରଣ ଏହା ବିନା ଏଫ୍-୧୫, ଏଫ୍-୩୫ ଭଳି ଜେଟ୍ ଲମ୍ବା ମିଶନ୍ ପୂରା କରିପାରନ୍ତି ନାହିଁ ।

ଆହୁରି ପଢ଼ନ୍ତୁ...'୪୮ ଘଣ୍ଟାରେ ହୋର୍ମୁଜ ପ୍ରଣାଳୀ ନ ଖୋଲିଲେ ପାୱାର ପ୍ଲାଣ୍ଟକୁ ଧ୍ବଂସ କରିଦେବୁ'; ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ

ଇରାନ ଖୁବ୍‌ଶୀଘ୍ର ମାଟି କାମୁଡ଼ିବ ବୋଲି ଟ୍ରମ୍ପ୍ ଦାବି କରିଥିଲେ । କିନ୍ତୁ ଏହା ଏବେ ୧୬ ବିମାନ ହରାଇଛି । ୬ କ୍ରୁ ସଦସ୍ୟଙ୍କ ମୃତ୍ୟୁ ପରେ ତାଙ୍କ ଦାବି ସମ୍ପୂର୍ଣ୍ଣ ମିଛ ପ୍ରମାଣିତ ହୋଇଛି । ଏହା ଲମ୍ବା ଓ ମହଙ୍ଗା ଯୁଦ୍ଧ ହୋଇଛି । ରିପବ୍ଲିକାନ୍ ପାର୍ଟିରେ ମଧ୍ୟ ପ୍ରଶ୍ନ ଉଠୁଛି ଯେ ଟ୍ରମ୍ପ୍‌ଙ୍କ ଯୁଦ୍ଧ ଯୋଜନା ଭୁଲ ଥିଲା । ୧୬ ବିମାନ ହରାଇବା ପରେ ଆମେରିକାର ସିଧାସଳଖ ୪୦୦୦ କୋଟି କ୍ଷତି ହୋଇଛି । ନୂଆ ଡ୍ରୋନ୍ ସହଜରେ ହୋଇପାରିବ । କିନ୍ତୁ ଏଫ୍-୧୫ ଓ କେସି-୧୩୫ ଭଳି ବିମାନ ଓ ଏହାର ପାଇଲଟ୍‌ଙ୍କ ତାଲିମରେ ବର୍ଷ ବର୍ଷ ସମୟ ଲାଗେ । ଯୁଦ୍ଧ ଲମ୍ବିଲେ, ଆମେରିକାକୁ ଆହୁରି ଅଧିକ ବିମାନ ଓ ସୈନ୍ୟ ହରାଇବାକୁ ପଡ଼ିବ ବୋଲି ବିଶେଷଜ୍ଞ କହୁଛନ୍ତି ।