ଆମେରିକାରେ ଏବେ ଗର୍ଭପାତ ଏକ ସାମ୍ୱିଧାନିକ ଅଧିକାର ହୋଇ ରହିନାହିଁ

ୱାଶିଂଟନ : ଆମେରିକାରେ ଏବେ ବଦଳିଲା ନିୟମ । ଗର୍ଭପାତ କରିବାରେ ଲାଗିଲା ଲଗାମ। ଆଉ କେହି ସ୍ୱଇଚ୍ଛାରେ କରି ପାରିବେ ନାହିଁ ଗର୍ଭପାତ । ଏହା ଏବେ ଆଉ ସାମ୍ୱିଧାନିକ ଅଧିକାର ହୋଇ ରହି ନାହିଁ । ଆମେରିକୀୟ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଐତିହାସିକ ନିଷ୍ପତ୍ତିରେ ଗର୍ଭପାତର ଅଧିକାରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ୟୁଏସ୍ ସୁପ୍ରିମକୋର୍ଟ ୧୯୭୩ର ରୋଏ ବନାମ ୱେଡ୍ ର ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି ।
ପାଖାପାଖି ୫୦ ବର୍ଷ ପୂର୍ବେ ରୋଏ ବନାମ ୱେଡ୍ କେସ୍ରେ ଜଣେ ମହିଳାଙ୍କର ଗର୍ଭପାତର ଅଧିକାରକୁ ସୁନିଶ୍ଚିତ କରିଥିଲେ । ଏଥିରେ କୁହାଯାଇଥିଲା କି, ଆମେରିକାର ଭିନ୍ନ ଭିନ୍ନ ରାଜ୍ୟ ଏହି ପ୍ରକ୍ରିୟାକୁ ସ୍ୱୟଂର ଅନୁମତିରେ ଲାଗୁ କରିପାରିବେ । ହେଲେ ଏବେ କୋର୍ଟ ପୂରା ଦେଶ ସାମନାରେ ଏକ ପ୍ରଭାବଶାଳୀ ଆଦେଶ ପାରିତ କରି ଦେଇଛନ୍ତି। ଆମେରିକୀୟ ସୁପ୍ରିମକୋର୍ଟ କହିଛନ୍ତି , ସମ୍ୱିଧାନ ଗର୍ଭପାତର ଅଧିକାର ପ୍ରଦାନ କରିବେ ନାହିଁ । ରୋଏ ବନାମ ୱେଡ୍ କେସ୍କୁ ଖାରଜ କରି ଦିଆ ଯାଇଛି ।