PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଭାରତରେ ୬ ଆଣବିକ କେନ୍ଦ୍ର ପ୍ରତିଷ୍ଠା କରିବ ଆମେରିକା, ଦୁଇ ଦେଶ ମଧ୍ୟରେ ସହମତି

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ସୁରକ୍ଷା ସୁଦୃଢ଼ କରିବା  ଏବଂ ବେସାମରିକ ଆଣବିକ ସହଯୋଗ ବଢ଼ାଇବା ନେଇ ଚୁକ୍ତି କରିଛନ୍ତି।   ଆମେରିକା ଭାରତରେ ୬ଟି ଆଣବିକ କେନ୍ଦ୍ର ପ୍ରତିଷ୍ଠା କରିବ ବୋଲି ଉଭୟ ରାଷ୍ଟ୍ର ମିଳିତ ଭାବରେ ଜାରି କରିଥିବା ଏକ ବିବୃତ୍ତିରେ କୁହାଯାଇଛି। ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖ୍‌ଲେ ଏବଂ ଆମେରିକାର ଅସ୍ତ୍ର ନିୟନ୍ତ୍ରଣ ଓ ଅନ୍ତର୍ଜାତୀୟ ସୁରକ୍ଷା ଉପସଚିବ ଆନ୍ଦ୍ରେ ଥମ୍ପସନ୍‌ଙ୍କ ମଧ୍ୟରେ ୱାଶିଂଟନରେ ଦୁଇ ଦିନ ପର୍ଯ୍ୟନ୍ତ ଚାଲିଥିବା ଆଲୋଚନା   ଏହି ନିଷ୍ପତ୍ତି ନିଆଯାଇଛି।

  ସୁରକ୍ଷାଗତ କାରଣରୁ ଏହି ଆଣବିକ କେନ୍ଦ୍ର ବାବଦରେ ଅନ୍ୟ କିଛି ବିଶେଷ ସୂଚନା ଏହି ବିବୃତ୍ତିରେ ଉପଲବ୍ଧ ନଥିଲା। ସୂଚନାଯୋଗ୍ୟ ଯେ, ଭାରତକୁ ଆମେରିକୀୟ ଆଣବିକ ରିଆକ୍ଟର ଆଣିବା ପାଇଁ ଗତ ୧୦ ବର୍ଷ ଧରି ଆଲୋଚନା ଚାଲୁ ରହିଛି। ଭାରତୀୟ ନିୟମ ଏବଂ ଅନ୍ତର୍ଜାତୀୟ ନିୟମ ମଧ୍ୟରେ ରହିଥିବା ବିଭେଦ କାରଣରୁ ଏଥିରେ ବିଳମ୍ବ ଘଟିଛି।  

ସମ୍ବନ୍ଧିତ ଖବର