ନୂଆଦିଲ୍ଲୀ : ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସ ନିଜର ୪ ଦିବସୀୟ ଭାରତ ଗସ୍ତର ୨ୟ ଦିନ ରାଜସ୍ଥାନର ଜୟପୁରରେ ପହଞ୍ଚିଛନ୍ତି। ଏଠାରେ ସେ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରିଛନ୍ତି। ଏହି ସମୟରେ ପିଏମ୍‌ ମୋଦିଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ସେ କହିଛନ୍ତି , ପିଲା ସତ କଥା କୁହନ୍ତି ଏବଂ ତାଙ୍କର ତିନି ଜଣ ପିଲା ଏହି ବିଶ୍ୱର ଦୁଇ ନେତାଙ୍କ ଖୁବ୍‌ ନିକଟତର , ଯେଉଁଥିରେ ପ୍ରଥମେ ଟ୍ରମ୍ପ ଓ ଦ୍ୱିତୀୟ ନରେନ୍ଦ୍ର ମୋଦି। ପିଏମ୍ ମୋଦିଙ୍କୁ ତାଙ୍କର ଦ୍ୱିତୀୟ ପୁଅର ୫ମ ଜନ୍ମଦିନ ମନେରଖିବା ଓ ଗିଫ୍ଟ ଦେବା ପାଇଁ ବିଶେଷ କୃତଜ୍ଞତା ଜଣାଉଛି। ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା। ଆଗାମୀ ସମୟରେ ଲୋକେ ଭାରତ ଓ ଆମେରିକାର ବନ୍ଧୁତା ବିଷୟରେ କଥାବାର୍ତ୍ତା ହେବେ। ଭାରତ ଓ ଆମେରିକାର ମଧ୍ୟରେ ନିବେଶ, ବାଣିଜ୍ୟ ଓ ଭାଗିଦାରୀ (ପାର୍ଟନରସିପ୍‌) ଉଭୟ ଦେଶର ବିଜୟ ସଦୃଶ।

ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସ କହିଛନ୍ତି , ମୋ ମତରେ ଆମେରିକା –ଭାରତ ମିଶି ବହୁତ କିଛି ହାସଲ କରି ପାରିବେ। ଭାରତ ସହ  ଆମେରିକା ପୃଥିବୀରେ କୌଣସି ବି ଅନ୍ୟ ଦେଶ ସହ କରାଯାଉ ଥିବା ସାମରିକ ଅଭ୍ୟାସ ଠାରୁ ଖୁବ୍‌ ଅଧିକ ସାମରିକ ଅଭ୍ୟାସ କରିଥାଏ। ବଡ଼ ଜିନିଷର ନିର୍ମାଣ ଓ ଅତ୍ୟାଧୁନିକ ଟେକନିକ୍‌ର ଆବିଷ୍କାର କରିବା ପାଇଁ ଆମେ ମିଳିମିଶି କାମ କରିପାରିବା , ଯାହାର ଆଗାମୀ ସମୟରେ ଉଭୟ ଦେଶକୁ ଆବଶ୍ୟକ ହେବ।

ଆମେ ନିଜର ବନ୍ଧୁଙ୍କ ସହ ଭଲ ଡିଲ୍‌ କରିବାକୁ ଚାହୁଁ –

ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସ କହିଛନ୍ତି , ଆମେରିକା ଓ ଭାରତ ବାଣିଜ୍ୟ ଆଲୋଚନା ପାଇଁ ଆନୁଷ୍ଠାନିକ ଭାବେ ସର୍ତ୍ତାବଳୀ ଚୂଡ଼ାନ୍ତ କରିଛନ୍ତି। ମୋ ମତରେ ଏହା ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟିକୋଣକୁ ସାକାର କରିବାର ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଆମର ଦେଶ ଦେଶ ମଧ୍ୟରେ ଫାଇଲନାଲ ଡିଲ୍‌ର ଦିଗରେ ଏକ ରୋଡମ୍ୟାପ୍‌ ପ୍ରସ୍ତୁତ କରିଥାଏ। ଆମେ ନିଜର ବନ୍ଧୁଙ୍କ ସହ ଭଲ ଡିଲ୍‌ କରିବାକୁ ଚାହୁଁ। 

ଆମ ପାଖରେ ପରସ୍ପରକୁ ଦେବା ପାଇଁ ବହୁତ କିଛି ଅଛି - 

ଜେଡି ଭେନ୍ସ କହିଛନ୍ତି କି, ଆମେରିକାରେ ଏବେ ଏକ ଏମିତି ସରକାର ଅଛି, ଯାହାକି ଗତ ଭୁଲ୍‌ରୁ ଶିକ୍ଷା ପାଇଛି। ମୋ ମତରେ ଭାରତ ଓ ଆମେରିକା ନିକଟରେ ପରସ୍ପରକୁ ଦେବା ପାଇଁ ବହୁତ କିଛି ଅଛି। ଏଥିପାଇଁ ଆମେ ଆପଣଙ୍କ ପାଖକୁ ପାର୍ଟନର ଭାବେ ଆସୁଛୁ, ଯାହାକି ନିଜ ସମ୍ୱନ୍ଧକୁ ଦୃଢ କରି ପାରିବା। ଆମେ ଉପଦେଶ ଦେବା ପାଇଁ ଆସି ନାହୁଁ ଯେ, କହିବୁ ଆପଣ କୌଣସି ଗୋଟିଏ ସ୍ୱତନ୍ତ୍ର ଉପାୟରେ କାମ କରନ୍ତୁ। ଆମେରିକାର ପୂର୍ବବର୍ତ୍ତୀ ପ୍ରଶାସନ ଭାରତକୁ କମ୍‌ ମୂଲ୍ୟ ଥିବା ଶ୍ରମର ଉତ୍ସ ଭାବେ ଦେଖୁ ଥିଲେ।