ନୂଆଦିଲ୍ଲୀ – ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘ ଦିନରୁ ଲାଗି ରହିଥିବା ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି। ମଙ୍ଗଳବାର ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଅଲୀ ଖାମେନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି। କହିଛନ୍ତି - ସାଗରରେ ମୁତୟନ ଥିବା ଆମେରିକାର ଯୁଦ୍ଧ ଜାହାଜକୁ ଆମେ ବୁଡ଼ାଇ ଦେଇ ପାରିବୁ। ଦୁଇ ଦେଶ ମଧ୍ୟରେ ନ୍ୟୁକ୍ଲିୟର ଆଲୋଚନା ମଧ୍ୟ ଆରମ୍ଭ ହୋଇ ଯାଇଛି। ଖାମେନେଇ ଏକ ଭାଷଣରେ କହିଥିଲେ – ଆମେ ଲଗାତାର ଶୁଣିବାକୁ ପାଉଛୁ ଯେ, ସେ ( ଆମେରିକା) ଇରାନ ଆଡ଼କୁ ଏକ ୱାରଶିପ୍ (ଯୁଦ୍ଧ ଜାହାଜ) ପଠାଇଛନ୍ତି। ୱାରଶିପ୍ ନିଶ୍ଚିତ ରୂପେ ଏକ ବିପଜ୍ଜନକ ଅସ୍ତ୍ର , କିନ୍ତୁ ଏହାଠାରୁ ମଧ୍ୟ ଅଧିକ ବିପଜ୍ଜନକ ସେ ଅସ୍ତ୍ର ,ଯାହା ତାକୁ ବୁଡ଼ାଇ ଦେଇ ପାରେ।

ଇରାନର ସୁପ୍ରିମ୍ ଲିଡର ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ତାଙ୍କ ସରକାରକୁ ହଟେଇବାକୁ ଆମେରିକାର ପ୍ରୟାସ ବିଫଳ ହେବ। ୱାଶିଂଟନ ଓ ତେହରାନ ମଧ୍ୟ ପ୍ରାଚ୍ୟରେ ଆମେରିକାର ମିଲିଟାରୀର ପ୍ରସ୍ତୁତି ମଧ୍ୟରେ, ଜେନିଭାରେ ନିଜର ଦୀର୍ଘ ଦିନରୁ ଜାରି ନ୍ୟୁକ୍ଲିୟର ବିବାଦ ଉପରେ ପରୋକ୍ଷ ଆଲୋଚନା ଆରମ୍ଭ କରି ଦେଇଛି। ଆମେରିକା , ଯିଏକି ଜୁନରେ ଇରାନର ନ୍ୟୁକ୍ଲିୟର ସ୍ଥାନ ଗୁଡ଼ିକ ଉପରେ ବୋମାମାଡ଼ କରିବାରେ ଇସ୍ରାଏଲକୁ ସହଯୋଗ କରିଥିଲା,ଏହି ଅଞ୍ଚଳରେ ଏକ ବ୍ୟାଟଲ ଫୋର୍ସ ମୁତୟନ କରିଛି ଏବଂ ଆମେରିକୀୟ ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନରେ ଶାସନରେ ପରିବର୍ତ୍ତନ ସବୁଠୁ ଭଲ କଥା ହୋଇ ପାରେ। ଇରାନ ସୋମବାର ହୋର୍ମୁଜ ପ୍ରଣାଳୀରେ ନିଜର ଡ୍ରିଲ କରିଛି, ଯାହା ତୈଳ ସିପମେଣ୍ଟ ପାଇଁ ଏକ ପ୍ରମୁଖ ୱାଟରୱେ।

ଏହି ମାମଲାରେ ସୂଚନା ରଖିଥିବା ଏକ ସୋର୍ସ ରୟଟର୍ସକୁ କହିଥିଲେ ଯେ, ଆମେରିକାର ଦୂତ ଷ୍ଟିଭ୍ ୱିଟକଫ୍ ଓ ଜେରେଡ କୁଶନର, ଇରାନୀ ବୈଦେଶିକ ମନ୍ତ୍ରୀ ଅବାସ୍ ଅରାକଚୀଙ୍କ ସହ କଥାବାର୍ତ୍ତାରେ ଭାଗ ନେଉଛନ୍ତି , ଯାହାର ମଧ୍ୟସ୍ଥତା ଓମାନ କରୁଛି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ଜେନିଭା ଆଲୋଚନାରେ ପରୋକ୍ଷ ଭାବେ ସାମିଲ ହେବେ ଏବଂ ତାଙ୍କର ବିଶ୍ୱାସ ଯେ, ତେହରାନ ଏକ ଡିଲ୍ କରିବାକୁ ଚାହୁଁଛି। ଟ୍ରମ୍ପ ସୋମବାର ଏୟାରଫୋର୍ସ ୱାନରେ ରିପୋର୍ଟରଙ୍କୁ କହିଥିଲେ , ମୋର ମନେହେଉ ନାହିଁ ଯେ, ସେ ଡିଲ୍ ନକରିବାର ଫଳ ଭୋଗିବାକୁ ଚାହାନ୍ତି। ଆମେ ତାଙ୍କର ନ୍ୟୁକ୍ଲିୟର କ୍ଷମତାକୁ ଶେଷ କରିବା ପାଇଁ ବି-୨ ପଠାଇବା ପରିବର୍ତ୍ତେ ଡିଲ୍ କରିପାରି ଥାନ୍ତୁ ଏବଂ ଆମକୁ ବି-୨ ପଠାଇବାକୁ ପଡ଼ିଲା।