ନୂଆଦିଲ୍ଲୀ – ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଜନୀତିକୁ ପ୍ରତ୍ୟାବର୍ତ୍ତନର ସବୁ ଆକଳନକୁ ଖଣ୍ଡନ କରି ଦେଇଛନ୍ତି। ବ୍ରାୟନ ଟାୟଲର କୋହେନଙ୍କ ପଡକାଷ୍ଟରେ ଦିଆଯାଇ ଥିବା ଇଣ୍ଟରଭ୍ୟୁରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ମଜାଳିଆ ଅନ୍ଦାଜରେ କହିଛନ୍ତି ଯେ, ଯଦି ସେ ଆଉ ଥରେ ନିର୍ବାଚନ ଲଢିବାକୁ ଚେଷ୍ଟା ମଧ୍ୟ କରିବେ, ତ ମିଶେଲ ତାଙ୍କୁ ତଲାକ୍ ଦେଇ ଦେବେ। ଏହି ସମୟରେ ଓବାମା ସ୍ପଷ୍ଟ କରିଥିଲେ ଯେ, ଏବେ ନିଜକୁ ଜଣେ ରାଜନୀତିଜ୍ଞ ଭାବେ ଦେଖୁ ନାହିଁ। ମୁଁ ସମ୍ୱିଧାନକୁ ବିଶ୍ୱାସ କରେ ଏବଂ ନିଜର ବିବାହକୁ ମଧ୍ୟ। ମିଶେଲ ମୋତେ ତଲାକ୍ ଦେଇ ଦେବେ ,ଯଦି ମୁଁ ଏମିତି କରିବାକୁ ଚେଷ୍ଟା କଲି।
ବ୍ରାୟନ ଟାୟଲର କୋହେନଙ୍କ ସହ କଥା ହୋଇ ବାରାକ ଓବାମା ନିର୍ବାଚନୀ ରାଜନୀତିକୁ ପ୍ରତ୍ୟାବର୍ତ୍ତନର ସମ୍ଭାବନାକୁ ସଂପୂର୍ଣ୍ଣ ରୂପେ ଏଡେଇ ଦେଇଛନ୍ତି। ଏହି ସମୟରେ ହାଲକା ସ୍ୱରରେ କହିଥିଲେ ଯେ, ଏମିତି କରିବାରେ ତାଙ୍କର ପତ୍ନୀ ମିଶେଲଙ୍କ ସହ ବୈବାହିକ ଜୀବନ ବିପଦରେ ପଡ଼ିପାରେ। ରାଜନୀତିକ ବାଖ୍ୟାକାର ବ୍ରାୟନ ଟାୟଲର ହୋକେନଙ୍କ ସହ ପଡକାଷ୍ଟରେ ଓବାମା କହିଥିଲେ ଯେ, ଏବେ ସେ ନିଜକ ରାଜନେତା ଭାବୁ ନାହାନ୍ତି। ଶନିବାର ଜାରି କରାଯାଇ ଥିଲା ଏହି ସାକ୍ଷାତକାରରେ ଓବାମା କହିଛନ୍ତି ଯେ, ପ୍ରଥମେ ତ , ମୁଁ ଏବେ ରାଜନୀତିଜ୍ଞ ନୁହେଁ କି ଏବେ ଆଉ ହୋଇ ପାରିବି ନାହିଁ।
ସେ ଆହୁରି କହିଛନ୍ତି ଯେ, ଯଦିଓ ସମ୍ୱିଧାନ ତାଙ୍କୁ କିଛି ପଦ ପାଇଁ ନିର୍ବାଚନ ଲଢିବାକୁ ଅନୁମତି ଦେଇପାରେ , କିନ୍ତୁ ତାଙ୍କର କୌଣସି ଇଚ୍ଛା ନାହିଁ ।
ପଡକାଷ୍ଟ ବେଳେ ଓବାମା ନିକଟରେ ସୋସିଆଲ ମିଡ଼ିଆରେ ହୋଇଥିବା ଏକ ବିବାଦ କଥା ଉଲ୍ଲେଖ କରି ଥିଲେ। ନିକଟରେ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ରୁଥ୍ ସୋସିଆଲ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରାଯାଇ ଥିଲା। ଏହି ଭିଡ଼ିଓରେ ଓବାମା ଓ ତାଙ୍କ ପତ୍ନୀ ମିଶେଲଙ୍କ ଚେହେରା ମାଙ୍କଡ଼ (ଏପ୍ସ)ଶରୀର ଉପରେ ସୁପରଇମ୍ପୋଜ କରି ଦେଖାଯାଇ ଥିଲା। ହେଲେ ଏହି ଭିଡ଼ିଓକୁ କିଛି ସମୟ ପରେ ହଟେଇ ଦିଆଯାଇ ଥିଲା। ୱାଇଟ୍ ହାଉସ୍ ଏହା ଉପରେ କହିଥିଲା ଯେ, ଏହା ଭୁଲରେ ହୋଇ ଥିଲା।
ଉକ୍ତ ଘଟଣାରେ ଓବାମା ଟ୍ରମ୍ପଙ୍କ ନାଁ ନନେଇ କହିଥିଲେ ଯେ, ଏମିତି ବ୍ୟବହାର ସର୍ବାଧିକ ଆମେରିକୀୟଙ୍କୁ ବହୁତ ସମସ୍ୟାରେ ପକାଉଛି ଏବଂ ତାଙ୍କୁ ଗଭୀର ଭାବେ ଚିନ୍ତିତ କରିଥାଏ। ସେ ଚିନ୍ତାବ୍ୟକ୍ତ କରିଛନ୍ତି ଯେ, ଆଜିର ରାଜନୀତି ଓ ସୋସିଆଲ ମିଡ଼ିଆରେ ଶାଳିନତା, ଲଜ୍ଜା ଓ ସମ୍ମାନର ସ୍ତର ବାରମ୍ୱାର ହ୍ରାସ ପାଇବାରେ ଲାଗିଛି।