PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଜୀବାଣୁରୁ ନିର୍ମିତ ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକର ବହୁଳ ବ୍ୟବହାର ଏବେ ଚିନ୍ତାର କାରଣ ସାଜିଛି । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକମାନେ ପ୍ଲାଷ୍ଟିକର ବିକଳ୍ପ କାଢ଼ିବାରେ ବ୍ୟସ୍ତ । ଏପରିସ୍ଥଳେ ସେମାନେ ଆବିଷ୍କାର କରିଛନ୍ତି ଏପରି ଏକ ଜୀବାଣୁ ଯାହା ଉନ୍ନତଧରଣର ପ୍ଲାଷ୍ଟିକ ବିକଳ୍ପ ପ୍ରଦାନ କରିପାରିବ । ସାମୁଦ୍ରିକ ଘାସ ଖାଇ ଜୀବନଧାରଣ କରୁଥିବା ଏହି ଜୀବାଣୁ ବ୍ୟବହାର କରି ବାୟୋଡିଗ୍ରେଡେବଲ୍‌ ବା ମାଟିରେ ମିଶି ପାରୁଥିବା ପ୍ଲାଷ୍ଟିକ୍‌ ନିର୍ମିତ ହୋଇପାରିବ ବୋଲି ବୈ÷ଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ଏହି ଜୀବାଣୁ ଘାସ ଖାଇସାରିବା ପରେ ଯେଉଁ ମଳ ନିଷ୍କାସନ କରିଥାନ୍ତି ସେଥିରୁ ହିଁ ପ୍ଲାଷ୍ଟିକ ନିର୍ମାଣ କରାଯିବ । ଏହି ମଳ ସମ୍ପୂର୍ଣ୍ଣ ରୂପେ ବିଷାକ୍ତ ମୁକ୍ତ ହୋଇଥିବା ବେଳେ ଏଥିରେ ଥିବା ରସାୟନ ପ୍ଲାଷ୍ଟିକ ପ୍ରସ୍ତୁତ କରିବା ପାଇଁ ଉପଯୋଗୀ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହି ପ୍ରକ୍ରିୟାରେ ନିର୍ମିତ ପ୍ଲାଷ୍ଟିକ ସାଧାରଣରେ ନିର୍ମିତ ପ୍ଲାଷ୍ଟିକଠାରୁ କୌଣସି ଗୁଣରେ କମ୍‌ ହୋଇ ନଥିବା ବେଳେ ଏହା ସହଜରେ ମାଟିରେ ମିଳେଇ ପାରିବ । ଯାହା ଫଳରେ ପ୍ଲାଷ୍ଟିକ ଦ୍ୱାରା ପରିବେଶକୁ ପହଞ୍ଚୁଥିବା ହାନିରୁ ଅନେକ ମାତ୍ରାରେ ରକ୍ଷା ମିଳି ପାରିବ । ବିଭିନ୍ନ କ୍ଷେତ୍ରରେ ପ୍ଲାଷ୍ଟିକଟିର ସଫଳ ପରୀକ୍ଷଣ ସରିଲାଣି ବର୍ତ୍ତମାନ ଏହି ଜୀବାଣୁର ଉପଲବ୍ଧତା ପ୍ଲାଷ୍ଟିକ ବିକଳ୍ପର ଚାହିଦା ପୁରଣ କରି ପାରିବ କି ନାହିଁ ବୋଲି ପ୍ରଶ୍ନ ଉଠିଛି ।