ଚିକିଟିରୁ ଉଷା ଦେବୀ ଓ ସୁନ୍ଦରଗଡ ବିଧାନସଭା ଆସନରୁ କୁସୁମ ଟେଟେ ବିଜୟୀ, ଦେଖନ୍ତୁ ତାଲିକା

ଭୁବନେଶ୍ବର ୨୩/୫: ଗଂଜାମ ଜିଲ୍ଲାର ଚିକିଟି ବିଧାନସଭା ନିର୍ବାଚନମଣ୍ଡଳିରୁ ପୁଣି ଉଷା ଦେବୀ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେହିଭଳି ପରଜଂଗରେ ବିଜେଡି ପ୍ରାର୍ଥୀ ନୃସିଂହ ସାହୁ ତାଙ୍କ ନିକଟମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀଙ୍କ ଠାରୁ ମାତ୍ର ୯୫୦ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାର ବହୁ ଚର୍ଚ୍ଚିତ ଚମ୍ପୁଆ ବିଧାନସଭା ଆସନରୁ ମିନାକ୍ଷୀ ମହାନ୍ତ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମୁରଲୀ ଶର୍ମାଙ୍କୁ ପରାସ୍ତ କରିଛନ୍ତି । ସୁକିନ୍ଦା ବିଧାନସଭା ଆସନରେ ବିଜେଡିର ବିଜୟ । ବିଜେଡିର ପ୍ରୀତିରଞ୍ଜନ ଘଡାଇ ବିଜେପିର ପ୍ରଦୀପ ବଳସାମନ୍ତଙ୍କୁ ହରାଇଲେ । ବରୀରେ ବିଜେଡିର ସୁନନ୍ଦା ଦାସ ବିଜୟୀ । ବିଜେପିର ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ହରାଇଲେ ସୁନନ୍ଦା ।
ସୁନ୍ଦରଗଡ ବିଧାନସଭା ଆସନରେ ବିଜେପିର କୁସୁମ ଟେଟେ ବିଜୟୀ । ଢେଙ୍କାନାଳ ବିଧାନସଭାରେ ବିଜେଡିର ସୁଧୀର ସାମଲ ବିଜୟୀ । ଝାରସୁଗୁଡା ବିଧାନସଭା ଆସନରେ ବିଜେଡିର ନବ ଦାସ ବିଜୟୀ । ଭଦ୍ରକ ବିଧାନସଭାରେ ଆସନରେବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ୍ ବିଜୟୀ । ଧର୍ମଶାଳାରେ ବିଜେଡିର ପ୍ରଣବ ବଳବନ୍ତରାୟ ବିଜୟୀ । ବାସୁଦେବପୁରରେ ବିଜେଡି ପ୍ରାର୍ଥୀ ବିଷ୍ଣୁପଦ ରାଉତରାୟ ବିଜୟୀ । ଜଟଣୀରେ କଂଗ୍ରେସର ସୁରେଶ କୁମାର ରାଉତରାୟ ବିଜୟୀ ହୋଇଛନ୍ତି । ଭଣ୍ଡାରୀପୋଖରୀ ବିଧାନସଭାରେ ବିଜେଡିର ପ୍ରଫୁଲ ସାମଲ ବିଜୟୀ ହୋଇଛନ୍ତି । ପିସିସି ସଭାପତି ନିରଞ୍ଜନଙ୍କୁ ହରାଇ ବିଜୟ ହାସଲ କରିଛନ୍ତି ପ୍ରଫୁଲ୍ଲ ।
ଅଧିକ ପଢନ୍ତୁ ୧୩ଟି ଲୋକସଭା ଆସନରେ ବିଜେଡି ଓ ୮ଟିରେ ବିଜେପି ଆଗୁଆ, ଦେଖନ୍ତୁ ତାଲିକା
ଅଧିକ ପଢନ୍ତୁ ଆଠଗଡ ଓ ବଡଚଣା ବିଧାନସଭାରେ ବିଜେଡିର ବିଜୟ