ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆପଣ ବି ଶୋଇବା ପୂର୍ବରୁ ମୋବାଇଲ୍‌ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ...

Published By : Harapriya Sethi | April 17, 2025 1:29 PM

ଆଜିର ଡିଜିଟାଲ୍ ଜୀବନଶୈଳୀରେ ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକ ଶୋଇବା ପୂର୍ବରୁ ମୋବାଇଲ୍‌ରେ ବ୍ୟସ୍ତ ରହିଥାନ୍ତି । କିନ୍ତୁ ଏହା ଆପଣଙ୍କ ଶରୀର ଏବଂ ମନ ଉପରେ କେତେ ପ୍ରଭାବ ପକାଉଛି ତାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ଯଦି ଆପଣ ଶୋଇବା ପୂର୍ବରୁ କିଛି ସମୟ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି, ତେବେ ଏହା ନିଦର ଗୁଣବତ୍ତା ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା ଧୀରେ ଧୀରେ ଅନିଦ୍ରା ଭଳି ଗମ୍ଭୀର ନିଦ୍ରା ସମସ୍ୟା ସୃଷ୍ଟି କରିଥାଏ। 

ଶୋଇବା ପୂର୍ବରୁ ମୋବାଇଲ୍ ଫୋନ୍ ବ୍ୟବହାର କରିବା କାହିଁକି ଅନୁଚିତ୍‌ ?

ବ୍ଲୁ ରେଜ୍‌ର ପ୍ରଭାବ-

ମୋବାଇଲ୍ ସ୍କ୍ରିନ୍‌ରୁ ନିର୍ଗତ ନୀଳ ଆଲୋକ ବା ବ୍ଲୁ ରେଜ୍‌ ଆପଣଙ୍କ ମସ୍ତିଷ୍କରେ ମେଲାଟୋନିନ୍ ନାମକ ନିଦ ହରମୋନ୍ ଉତ୍ପାଦନକୁ ବନ୍ଦ କରିଦିଏ। ଏହାର ଅର୍ଥ ହେଉଛି ଆପଣଙ୍କ ମସ୍ତିଷ୍କ ଶୋଇବା ସମୟକୁ ଜାଣି ପାରିନଥାଏ ।

ମସ୍ତିଷ୍କ କାର୍ଯ୍ୟକଳାପ ବୃଦ୍ଧି କରେ-

ଯେତେବେଳେ ଆପଣ ଶୋଇବା ପୂର୍ବରୁ ସୋସିଆଲ ମିଡିଆ, ଭିଡିଓ କିମ୍ବା ନିଜ ପ୍ରିୟଜନଙ୍କ ସହ ଚାଟ୍‌ରେ ବ୍ୟସ୍ତ ରହିଥାନ୍ତି, ସେତେବେଳେ ଆପଣଙ୍କ ମନ ଆରାମ କରିବା ପରିବର୍ତ୍ତେ ଅଧିକ ସକ୍ରିୟ ହୋଇଯାଏ । ଯାହା ନିଦ ହେବାରେ ବିଳମ୍ବ କରିଥାଏ ।

ନିଦ ଗୁଣବତ୍ତା ଉପରେ ପ୍ରଭାବ - 

ବିଳମ୍ବରେ ଶୋଇବା ଏବଂ ଶୋଇବା ବେଳେ ବାରମ୍ବାର ଉଠିବା ଅତ୍ୟଧିକ ମୋବାଇଲ୍ ବ୍ୟବହାର ସହିତ ଜଡିତ।

ଚାପ ଏବଂ ଚିନ୍ତା ବୃଦ୍ଧି କରେ-

ଶୋଇବା ପୂର୍ବରୁ ଖବର, ସୋସିଆଲ ମିଡିଆ କିମ୍ବା କାମ ସମ୍ବନ୍ଧୀୟ ଜିନିଷ ଦେଖିବା ଦ୍ୱାରା ଚାପ ଏବଂ ଚିନ୍ତା ବଢିଥାଏ । ଏହା ଆପଣଙ୍କ ନିଦକୁ ବାଧା ଦେଇଥାଏ ।

ଅନିଦ୍ରାର ଆଶଙ୍କା-

ଯଦି ଶୋଇବା ପୂର୍ବରୁ ମୋବାଇଲ୍ ଦେଖିବା ଅଭ୍ୟାସ ଆପଣଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଏ, ତେବେ ଏହା ଧୀରେ ଧୀରେ ଆପଣଙ୍କ ଶୋଇବା ସମୟକୁ ବିଗାଡ଼ିଥାଏ। କିଛି ଲୋକ ଶୋଇବାକୁ ଘଣ୍ଟା ଘଣ୍ଟା ସମୟ ନିଅନ୍ତି ଏବଂ ଦୀର୍ଘ ସମୟ ଧରି ବିଛଣାରେ ପଡ଼ି ରହିବା ପରେ ମଧ୍ୟ ସାରା ରାତି ଶୋଇପାରନ୍ତି ନାହିଁ । ଏହି ଅବସ୍ଥାକୁ ଅନିଦ୍ରା କୁହାଯାଏ। 

ଅନିଦ୍ରାର ଲକ୍ଷଣଗୁଡ଼ିକ କ’ଣ? 

ରାତିରେ ବାରମ୍ବାର ଉଠିବା, ନିଦ୍ରା ଅଭାବ, ସକାଳେ କ୍ଳାନ୍ତ ଅନୁଭବ କରିବା, ଚିଡିଚିଡା ଅନୁଭବ ଏବଂ ଏକାଗ୍ରତାର ଅଭାବ ଇତ୍ୟାଦି ଅନିଦ୍ରାର ଲକ୍ଷଣ। 

ନିଦ ଗୁଣବତ୍ତା ଉନ୍ନତ କରିବା ପାଇଁ କ'ଣ କରିବା ଉଚିତ?

ଶୋଇବାକୁ ଯିବାର ଅତି କମରେ ୩୦-୬୦ ମିନିଟ୍ ପୂର୍ବରୁ ଆପଣଙ୍କ ମୋବାଇଲ୍ ଫୋନ୍ ବନ୍ଦ କରନ୍ତୁ । ଯଦି ଆପଣ ମୋବାଇଲ ଦେଖିବାକୁ ଚାହାଁନ୍ତି ତେବେ ନୀଳ ଲାଇଟ୍‌ ଫିଲ୍ଟର କିମ୍ବା ନାଇଟ୍‌ ମୋଡ୍ ଅନ୍‌ କରି ଅଳ୍ପ ସମୟ ପାଇଁ ବ୍ୟବହାର କରନ୍ତୁ । ଆପଣଙ୍କ ଶୋଇବା ଘରକୁ ନୋ-ସ୍କ୍ରିନ୍ ଜୋନ୍ କରନ୍ତୁ। ଅର୍ଥାତ ଟିଭି, କମ୍ପ୍ୟୁଟର୍, ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଭଳି ଇଲେକ୍ଟ୍ରୋନିକ ଜିନିଷକୁ ଶୋଇବା ଘରଠାରୁ ଦୂରେଇ ରଖନ୍ତୁ । ଯଦି ଏସବୁ କରିବା ପରେ ବି ଆପଣଙ୍କୁ ନିଦ ହେଉନାହିଁ ତେବେ ଏପରି ପରିସ୍ଥିତିରେ ଶୋଇବା ପୂର୍ବରୁ ଏକ ପୁସ୍ତକ ପଢ଼ନ୍ତୁ, ଧ୍ୟାନ କରନ୍ତୁ କିମ୍ବା ଆରାମଦାୟକ ସଙ୍ଗୀତ ଶୁଣନ୍ତୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.