ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପରଦାକୁ ଆସିବ ଯୋଗୀଙ୍କ ବାୟୋପିକ୍‌ ‘ଅଜେୟ', ମୁଖ୍ୟ ଚରିତ୍ରରେ ନଜର ଆସିବେ ଅନନ୍ତ ଯୋଶୀ

Published By : Prameya | March 28, 2025 8:22 AM

ମୁମ୍ବାଇ ୨୮/୦୩: ପରଦାକୁ ଆସିବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ୍‌ । ଫିଲ୍ମର ଟାଇଟଲ୍‌ ‘ଅଜେୟ: ଦ ଅନ୍‌ଟୋଲ୍ଡ ଷ୍ଟୋରୀ ଅଫ୍‌ ଏ ଯୋଗୀ’ । ଏହାର ଫାର୍ଷ୍ଟଲୁକ୍‌ ବୁଧବାର ରିଲିଜ୍‌ ହୋଇଛି । ସମ୍ରାଟ ସିନେମାଟିକ୍ସ ବ୍ୟାନର୍‌ ଅଧୀନରେ ଫିଲ୍ମ ନିର୍ମାଣ ହେଉଛି । ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଋତୁ ମେଙ୍ଗୀ । ରବିନ୍ଦ୍ର ଗୌତମ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଶାନ୍ତନୁ ଗୁପ୍ତାଙ୍କ ପୁସ୍ତକ ‘ଦ ମଙ୍କ୍‌ ହୁ ବିକେମ୍‌ ଚିଫ୍‌ ମିନିଷ୍ଟର୍‌’ ଦ୍ୱାରା ପ୍ରେରିତ ।

ଫାର୍ଷ୍ଟଲୁକ୍‌ ଭିଡିଓରେ ଯୋଗୀଙ୍କ ଜୀବନରେ ପରିବର୍ତ୍ତନର ଏକ ଝଲକ୍‌ ରହିଛି, ଯାହା ତାଙ୍କ ଆଧ୍ୟାତ୍ମିକ ଓ ରାଜନୈତିକ ମାର୍ଗକୁ ଆକାର ଦେଉଥିବା ନିଷ୍ପତ୍ତିକୁ ଦର୍ଶାଇଛି । ଫିଲ୍ମରେ ଯୋଗୀଙ୍କ ପ୍ରାରମ୍ଭିକ ବର୍ଷ, ନାଥପନ୍ଥୀ ଯୋଗୀ ହେବାର ନିଷ୍ପତ୍ତି ଏବଂ ଉତ୍ତରପ୍ରଦେଶର ସାମାଜିକ-ରାଜନୈତିକ ପରିଦୃଶ୍ୟକୁ ବଦଳାଉଥିବା ଜଣେ ନେତା ରୂପରେ ତାଙ୍କର ବିକାଶ ପ୍ରଦର୍ଶିତ ହେବ । ନାଟକ, ଭାବପ୍ରବଣତା, ଆକ୍ସନ୍‌ ଓ ବଳିଦାନର ସୁନ୍ଦର ମିଶ୍ରଣ ଫିଲ୍ମରେ ଦେଖିବାକୁ ମିଳିବ । ଯୋଗୀଙ୍କ ପିଲାଦିନଠୁ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତର ସଂଘର୍ଷ ଏଥିରେ ରହିଛି ।

ଫିଲ୍ମରେ ଯୋଗୀଙ୍କ ଭୂମିକା ନିର୍ବାହ କରିଛନ୍ତି ଅନନ୍ତ ଯୋଶୀ । ପରେଶ ରାୱଲ ଗୁରୁ ମହନ୍ତ ଅବେଦ୍ୟନାଥ ଭୂମିକାରେ ନଜର ଆସିବେ । ଏହି ବର୍ଷ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲାୟାଲମ୍‌ ଭାଷାରେ ଫିଲ୍ମଟି ମୁକ୍ତିଲାଭ କରିବ । ତେବେ ଏହାର ରିଲିଜ୍‌ ତାରିଖ ଘୋଷଣା ହୋଇନାହିଁ । ଫିଲ୍ମର ମୋସନ୍‌ ପୋଷ୍ଟର୍‌ରେ ଅନନ୍ତ ଯୋଶୀଙ୍କୁ ଗେରୁଆ ବସ୍ତ୍ରରେ ଦେଖିବାକୁ ମିଳିଛି, ଯିଏକି ସାଂସାରିକ ଜୀବନ ତ୍ୟାଗକରି ସେବା ଓ ସଂକଳ୍ପ ନେଇଛନ୍ତି । ପ୍ରଚ୍ଛଦରେ ପରେଶ ରାୱଲଙ୍କ କଣ୍ଠରେ ଶୁଣିବାକୁ ମିଳୁଛି ‘ସେ କିଛି ଚାହୁଁନଥିଲା, ସମସ୍ତେ ତାକୁ ଚାହୁଁଥିଲେ । ଜନତା ତାକୁ ସରକାର ବନେଇଦେଲେ ।’

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.