ପ୍ରମୂଖ ଖବର
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

୨୦୨୭ ୟୁପି ବିଧାନସଭା ନିର୍ବାଚନରେ ଏକାଠି ଲଢିବେ ସପା-କଂଗ୍ରେସ, ସ୍ପଷ୍ଟ କଲେ ଅଖିଳେଶ ଯାଦବ…

Published By : Prameya | April 21, 2025 6:01 PM

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି। ବିଜେପି, ସପା, ବିଏସପି ଏବଂ କଂଗ୍ରେସ ସମେତ ସମସ୍ତ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୂଚନାଥାଉକି,ଯେ ୟୁପିରେ ଆଗାମୀ ବିଧାନସଭା ନିର୍ବାଚନ ୨୦୨୭ ବର୍ଷର ପ୍ରାରମ୍ଭିକ ମାସରେ ଅନୁଷ୍ଠିତ ହେବ। ଆଉ ଏହି ପ୍ରସ୍ତୁତି ମଧ୍ୟରେ, ଏବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଗାମୀ ବିଧାନସଭା ନିର୍ବାଚନରେ ସପା ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବ କି ନାହିଁ ସେ ବିଷୟରେ ନିଜର ମତ ସ୍ପଷ୍ଟ କରିଛନ୍ତି। ଏବେ ଆସନ୍ତୁ ଜାଣିବା ଏ ବିଷୟରେ ଅଖିଳେଶ ଯାଦବ କ’ଣ କହିଛନ୍ତି…

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗତକାଲି (ରବିବାର) କହିଛନ୍ତି ଯେ, ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଏକ ମେଣ୍ଟ ହେବ। ଅଖିଳେଶ କହିଛନ୍ତି, "୨୦୨୭ ବିଧାନସଭା ନିର୍ବାଚନରେ ପିଡିଏ (ପଛୁଆ, ଦଳିତ ଏବଂ ସଂଖ୍ୟାଲଘୁ) ରାଜ୍ୟରୁ ବିଜେପିକୁ ମୂଳପୋଛ କରିବ। ଇଣ୍ଡି ଏକ ମେଣ୍ଟ ଏବଂ ସେହିପରି ରହିବ।"

୨୦୨୭ ୟୁପି ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବ ସପା-କଂଗ୍ରେସ ମେଣ୍ଟ ଘୋଷଣା କରିବା ପରେ, ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ X ରେ ଲେଖିଛନ୍ତି ଯେ,"ସପା, ବିଏସପି, କଂଗ୍ରେସ ଏକାଠି ଲଢ଼ନ୍ତୁ କିମ୍ବା ଅଲଗା ଲଢ଼ନ୍ତୁ, ପଦ୍ମ ଫୁଟିଥିଲା, ପୁଣି ପଦ୍ମ ଫୁଟିବ । ବିଜେପି ୨୦୨୭ରେ ୨୦୧୭ କୁ ପୁନରାବୃତ୍ତି କରିବ । ପୁଣି ଥରେ ୩ଶହ ପାର କରିବ । କୌଣସି ଦଙ୍ଗା ନାହିଁ, କୌଣସି ମାଫିଆ ଶାସନ ନାହିଁ, କୌଣସି ଗୁଣ୍ଡାଗିରି ନାହିଁ, କୌଣସି ଦୁର୍ନୀତି ନାହିଁ । ତୃତୀୟ ଥର ପାଇଁ, ବିପୁଳ ବହୁମତ ସହିତ ବିଜେପି ସରକାର ଗଠନ କରିବ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.