PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ନବଜାତ ଶିଶୁର ୪ଟି ହାତ ୪ଟି ଗୋଡ, ଡାକ୍ତର କହିଲେ ଏପରି…

pic- internet

ଲକ୍ଷ୍ନୌ: ନବଜାତ ଶିଶୁର ୪ଟି ହାତ ୪ଟି ଗୋଡ । ଏହାକୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଛନ୍ତି। ଏପରି ବିରଳ ଶିଶୁକୁ ଉତ୍ତର ପ୍ରଦେଶ ହରଦୋଇରେ ଜଣେ ମହିଳା ଜନ୍ମ ଦେଇଛନ୍ତି। ନବଜାତ ଶିଶୁକୁ ଦେଖିବା ପାଇଁ ହସ୍ପିଟାଲରେ ଭିଡ଼ ଜମିଥିଲା। କିଛି ଲୋକ ଏହାକୁ ପ୍ରକୃତିର କରିସ୍ମା ବୋଲି କହିଛନ୍ତି।

ତେବେ ଏହା ଯାଆଁଳା ଶିଶୁ ମାମଲା ବୋଲି ଡାକ୍ତର କହିଛନ୍ତି । ଦ୍ୱିତୀୟ ଶିଶୁର ଶରୀର ଠିକ୍‌ ଭାବେ ବିକଶିତ ହୋଇନଥିବାରୁ ଶିଶୁର ଅତିରିକ୍ତ ହାତ ଓ ଗୋଡ଼ ହୋଇଛି। ଶିଶୁର ଜନ୍ମ ହରଦୋଇ ସାହବାଦ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ସପ୍ତାହରେ ହୋଇଥିଲା। ଶିଶୁର ଜନ୍ମ ୩ ଜୁଲାଇରେ ହୋଇଥିଲା।

ଏଭଳି ଆଉ ଏକ ମାମଲା ଚଳିତ ବର୍ଷ ଆରମ୍ଭରେ ସାମ୍ନାକୁ ଆସିଥିଲା ବୋଲି ଚିକିତ୍ସା ଅଧିକାରୀ ଡା. ରମେଶ ବାବୁ କହିଛନ୍ତି। ଜାନୁଆରୀ ୧୭ ରେ ବିହାର କଟିହାର ରେ ମଧ୍ୟ ୪ ଟି ହାତ ଓ ୪ ଟି ଗୋଡ଼ ଥିବା ଶିଶୁ ଜନ୍ମ ହୋଇଥିଲା। ସେହିଭଳି ଗୋପାଳଗଞ୍ଜରେ ୨୦୨୧ ଡିସମ୍ୱରରେ ତିନୋଟି ହାତ ଓ ତିନୋଟି ଗୋଡ଼ ଥିବା ଶିଶୁ ଜନ୍ମ ହୋଇଥିଲା।