ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣାଙ୍କ ଆତ୍ମହତ୍ୟା, ପାଣି ଟାଙ୍କିରେ ଚଢ଼ି ନିଜକୁ କଲେ ଗୁଳି

navbharattimes.indiatimes.com
ଡେରାଦୁନ୍ : ଉତ୍ତରାଖଣ୍ଡ ରୋଡୱେଜ ୟୁନିୟନ ନେତା ରାଜେନ୍ଦ୍ର ବହୁଗୁଣା (୫୯) ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ପୁଲିସ୍ ଅନୁସାରେ, ସେ ପାରିବାରିକ ବିବାଦ ଓ ଏହି ସମ୍ୱନ୍ଧରେ ବୋହୂ ପକ୍ଷରୁ ହୋଇଥିବା ଅଭିଯୋଗକୁ ନେଇ ଖୁବ୍ ଚିନ୍ତାରେ ଥିଲେ। ଏହି ଦୁଃଖଦ ଘଟଣାକ୍ରମ ବେଳେ ରାଜେନ୍ଦ୍ର ବୁଧବାର ଦିନ ଘର ପାଖରେ ତିଆରି ଓଭରହେଡ୍ ଟ୍ୟାଙ୍କ୍ ଉପରେ ଚଢ଼ି ଯାଇଥିଲେ। ପୁଲିସ୍ ଓ ସ୍ଥାନୀୟ ଲୋକ ତାଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ, ଏହି ସମୟରେ ବହୁଗୁଣା ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ବହୁଗୁଣା କଂଗ୍ରେସ ସହ ସଂପୃକ୍ତ ଥିଲେ ଏବଂ ତାଙ୍କୁ ଏନଡି ତିୱାରୀଙ୍କ ସରକାରରେ ୨୦୦୪ରୁ ୨୦୦୫ ମସିହା ଗୋଟିଏ ବର୍ଷର ରାଜ୍ୟ ମନ୍ତ୍ରୀର ଷ୍ଟାଟସ୍ ଦିଆଯାଇ ଥିଲା।
ନୈନିତାଲର ଏସଏସପି ପଙ୍କଜ ଭଟ୍ଟ ଟାଇମ୍ସ ଅଫ୍ ଇଣ୍ଡିଆକୁ ସୂଚନା ଦେଇ କହିଥିଲେ କି , ରାଜେନ୍ଦ୍ର ବହୁଗୁଣାଙ୍କ ବିରୋଧରେ ତାଙ୍କ ବୋହୂଙ୍କର ଅଭିଯୋଗ କ୍ରମେ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇ ଥିଲା। ସେ ହଲଦ୍ୱାନୀର ଭଗତ ସିଂହ କଲୋନୀରେ ପାଣି ଟାଙ୍କି ଉପରକୁ ଚଢ଼ିବା ପୂର୍ବରୁ ନିଜେ ୧୧୨ ନମ୍ୱରରେ ପୁଲିସ୍କୁ କଲ୍ କରି ସୂଚନା ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ତାଙ୍କୁ ବୁଝାଇ ତଳକୁ ଆସିବାକୁ କହିଥିଲା , ହେଲେ ସେ ଦେଶୀ ବନ୍ଧୁକରେ ନିଜକୁ ଗୁଳି କରିଥିଲେ ।