ନୂଆଦିଲ୍ଲୀ: ଦମଦାର ଫର୍ମରେ ଟିମ୍ ଇଣ୍ଡିଆର ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ । ଜିମ୍ବାଓ୍ବେ ବିପକ୍ଷ ଅନ୍ତିମ ଟି-୨୦ରେ ହାସଲ କଲେ ଦମଦାର ଅର୍ଦ୍ଧଶତକ । ୪୯ ବଲରୁ ୮୧ ରନର ବିସ୍ଫୋରକ ପାଳି ଖେଳିଛନ୍ତି । ଯେଉଁଥିରେ ରହିଛି ୮ ଚୌକା ଏବଂ ୪ ଛକା । ଯଦିଓ ଶତକରୁ ଏହି ଯୁକ ଖେଳାଳି ବଞ୍ଚିତ ହୋଇଛନ୍ତି ତଥାପି ତାଙ୍କର ଦମଦାର ପାଳି ବଳରେ କ୍ରୀଡ଼ାପ୍ରେମୀଙ୍କ ମନ ଜିରିଛନ୍ତି ।
Make that a 2️⃣nd T20I half-century 🫡
— BCCI (@BCCI) July 26, 2026
Vaibhav Sooryavanshi putting on a show again in Harare 👏#TeamIndia 95/1 after 10 overs.
Updates ▶️ https://t.co/oApMpI6eRc#ZIMvIND pic.twitter.com/8AQsYGdi3h
ତୃତୀୟ ଟି-୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଆରମ୍ଭରୁ ବଡ଼ ବଡ଼ ସଟ୍ ଖେଳିଥିଲେ ବୈଭବ । ଯଦିଓ ସାଥୀ ଓପନର ଅଭିଶେକ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ ତଥାପି ବୈଭବଙ୍କ ବ୍ୟାଟ୍ ଅଟକି ନଥିଲା । ସେ ଇଶାନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇବା ସହ ୩୧ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଯାହାକି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଦ୍ବିତୀୟ ଅର୍ଦ୍ଧଶତକ ହୋଇଛି । ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ କରିଥିଲେ ଏବଂ ଅନ୍ତିମ ମ୍ୟାଚରେ ପୁଣି ଏହାକୁ ଦୋହରାଇଛନ୍ତି । ଆଉ ସମାନ ଢ଼ଙ୍ଗରେ ସେ ସେଲିବ୍ରେସନ କରିଥିବା ଦେଖିବାକୁ ମିଳିଛି ।
ସେପଟେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ବିଫଳ ହୋଇଥିବା ବୈଭବଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଯଦିଓ ଇଂଲଣ୍ଡ ବିପକ୍ଷରେ ବଡ଼ ସଟ ମାରିଥିଲେ ତଥାପି ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ । ମାତ୍ର ନିଜ୍ ଭୁଲକୁ ସୁଧାରିବା ସହ ଜିମ୍ବାଓ୍ବେ ବିପକ୍ଷରେ ଦମଦାର ପାଳି ପାଳି ଖେଳି କ୍ରୀଡ଼ାପ୍ରେମୀଙ୍କ ମନ ଜିଣିପାରିଛନ୍ତି । ଆଇପିଏଲ ଭଳି ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ଦବଦବା ଦେଖାଇଛନ୍ତି ଏହି ଯୁବ ଖେଳାଳି ।