ନୂଆଦିଲ୍ଳୀ,୧୦।୭: ଡ୍ରାଇଭିଂ ଲାଇସେନ୍ସ ସମ୍ପର୍କରେ ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯଦି ଆପଣ ମହାରାଷ୍ଟ୍ରର ବାସିନ୍ଦା ଏବଂ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଭାବୁଛନ୍ତି, ତେବେ ଏହି ଖବର ଜାଣି ରଖିବା ନିହାତି ଜରୁରୀ। ନୂତନ ନିୟମ ଅନୁସାରେ, ମହାରାଷ୍ଟ୍ରରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଡୋମିସିଆଲ ବା ବାସସ୍ଥାନ ପ୍ରମାଣପତ୍ର ପ୍ରଦାନ କରିବା ବାଧ୍ୟତାମୂଳକ ହେବ। ଯଦି ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ଅନୁମୋଦନ ମିଳେ, ତେବେ ଏହି ନୂତନ ନିୟମ ୧ ଅଗଷ୍ଟ ରୁ ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ। ସରକାର ବିଶ୍ୱାସ କରନ୍ତି ଯେ ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ ଏବଂ ବ୍ୟବସ୍ଥିତ କରିବ।

ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ପ୍ରତାପ ସରନାୟକ ନିକଟରେ ବିଧାନସଭାରେ ଏହି ନୂତନ ନିୟମ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟ ସ୍ତରରେ ଲାଇସେନ୍ସିଂ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ଦକ୍ଷ କରିବା ପାଇଁ ଏହି ନୂତନ ନୀତି ପ୍ରସ୍ତୁତ କରାଯାଇଛି। ଏହି ନୂତନ ନିୟମର ଖସଡ଼ାକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ଆଇନ ଏବଂ ନ୍ୟାୟ ବିଭାଗକୁ ପଠାଯାଇଛି। ସବୁଜ ସଙ୍କେତ ମିଳିବା ମାତ୍ରେ, ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ। ତଥାପି, ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ଯେ ବାସସ୍ଥାନ ପ୍ରମାଣ କରିବା ପାଇଁ RTOରେ ଅନ୍ୟ କେଉଁ କାଗଜପତ୍ର ଗ୍ରହଣ କରାଯିବ। ଏହି ନିୟମ ୧ ଅଗଷ୍ଟରୁ କାର୍ଯ୍ୟକାରୀ ହୋଇପାରେ।

କଡା ହେବ ନିୟମ

ଉଲ୍ଲେଖନୀୟ ଯେ, ଲାଇସେନ୍ସ ବ୍ୟତୀତ ସରକାରଙ୍କ ପୁରା ଧ୍ୟାନ ଟ୍ୟାକ୍ସି ସେବାକୁ ମଧ୍ୟ ରେଗୁଲେଟ୍ କରିବା ଉପରେ ରହିଛି। ବେଆଇନ ରୂପରେ ଚାଲିଥିବା ବାଇକ୍ ଟ୍ୟାକ୍ସି ଉପରେ ଲଗାମ ଲଗାଇବା ପାଇଁ ଏକ ନୂଆ ଆଇନ ଢାଞ୍ଚା ତିଆରି କରାଯାଇଛି। ନୂଆ ନିୟମ ଲାଗୁ ହେବାପରେ ବାଇକ୍ ଟ୍ୟାକ୍ସି ଅପରେଟରଙ୍କୁ ସରକାରଙ୍କୁ ପ୍ରତିଦିନ ୫ ଟଙ୍କାର ଶୁଳ୍କ ଦେବାକୁ ହେବ। ଏହାଛଡା ପାସେଞ୍ଜରଙ୍କଠାରୁ ମିଳୁଥିବା ପ୍ରତି ରାଇଡ୍ର ଆୟରୁ ୨ ଟଙ୍କା ସିଧା ଡ୍ରାଇଭର ଓ୍ବେଲଫେୟାର ଫଣ୍ଡରେ ଜମା କରାଯିବ। ଏହି ପଦକ୍ଷେପ ଦ୍ବାରା ନା କେବଳ ସରକାରଙ୍କୁ ଟ୍ୟାକ୍ସ ରୂପରେ ରାଜସ୍ବ ମିଳିବ, ବଂର ଏହି ସେକ୍ଟରରେ ଯୁବକଙ୍କ ପାଇଁ ଲିଗାଲ ରୋଜଗାରର ନୂଆ ରାସ୍ତା ବି ଖୋଲିଯିବ।

ପୋଲିସ ଭେରିଫିକେସନ୍ ବାଧ୍ୟତାମୂଳକ

ମହାରାଷ୍ଟ୍ର ପରିବହନ ବିଭାଗର କହିବା ଅନୁସାରେ, ନିୟମକୁ କଡା କରିବା ପଛର ପ୍ରକୃତ ଲକ୍ଷ୍ୟ ମହିଳା, ଛାତ୍ର ଓ ନାବାଳିକା ପାସେଞ୍ଜରଙ୍କ ସୁରକ୍ଷାକୁ କଡାକଡି କରିବା। ମହାରାଷ୍ଟ୍ରର ବାଇକ୍ ଟ୍ୟାକ୍ସି ରୁଲ୍ ଅନୁସାରେ, ଏବେ ପ୍ରତି ବାଇକ୍ ଟ୍ୟାକ୍ସି ଡ୍ରାଇଭରଙ୍କ ପାଖରେ ନା କେବଳ ଏକ ଭ୍ୟାଲିଡ୍ ଡ୍ରାଇଭିଂ ଲାଇସେନ୍ସ ହେବା ସରକାର। ନଚେତ ମୋଟର ଭେଇକିଲ୍ ଆକ୍ଟ ଅନୁସାରେ, ପବ୍ଲିକ ସର୍ଭିସ ଭେଇକିଲ୍ ବ୍ୟାଜ୍ ମଧ୍ୟ ଜରୁରୀ ହେବ। ଏହି ବ୍ୟାଜ୍ ଆରଟିଓ ଦ୍ବାରା ସେତେବେଳେ ଜାରି କରାଯିବ, ଯେତେବେଳେ ସ୍ଥାନୀୟ ପୋଲିସ ବିଭାଗ ସେହି ଡ୍ରାଇଭରଙ୍କ କ୍ୟାରେକ୍ଟର ଭେରିଫିକେସନ୍ ପୁରା କରିନେବ।

ଆହୁରି ପଢନ୍ତୁ : ଏକ ତରଫା ପ୍ରେମରେ ଦେଢ ବର୍ଷର ଶିଶୁକୁ କଚାଡି ମାରିଥିବା ଅଭିଯୁକ୍ତକୁ ଫାଶୀ, ମାତ୍ର ୪୦ ଦିନ ଭିତରେ ଆସିଲା କୋର୍ଟଙ୍କ ରାୟ