ଲକ୍ଷ୍ନୌ, ୪/୭ : ରାମ ମନ୍ଦିରରୁ ଦାନ ଚୋରି ଘଟଣାର ପର୍ଦ୍ଦାଫାସ୍ ହେବା ପରେ ଚେତିଲା ପ୍ରଶାସନ। ବଦଳିଲା ଦାନ ଅର୍ଥ କାଉଣ୍ଟିଂ ସିଷ୍ଟମ। ଦାନ ଅର୍ଥ ଗଣୁଥିବା କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ହେଲା ନିୟମ। ଏଣିକି ସେମାନେ ଡବଲ୍ ଚେକିଂ ହେବା ପରେ ମନ୍ଦିର ଭିତରକୁ ପ୍ରବେଶ କରିବେ। ସେମାନଙ୍କ ପାଇଁ ଗାଢ ନୀଳ ରଙ୍ଗର ନୂଆ ଡ୍ରେସକୋଡ୍ ମଧ୍ୟ ଲାଗୁ କରାଯାଇଛି। 

ନୂଆ ଡ୍ରେସ୍ କୋଡ୍ ରେ କୌଣସି ପକେଟ୍ ରଖାଯାଇ ନାହିଁ। ଦାନ ଗଣିବାକୁ ଯିବା ପୂର୍ବରୁ ସେମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଚେକିଂ କରାଯିବ। ଏଣିକି ଚୌକି-ଟେବୁଲରେ ବସି ଗଣତି କାର୍ଯ୍ୟ ହେବ ନାହିଁ। ତଳେ ବସି ଗଣନାକର୍ମୀ ଗଣତି କରିବେ। ମୋବାଇଲ୍ ଫୋନ, କ୍ୟାମେରା, ବ୍ୟାଗ୍ କିମ୍ଵା ଅନ୍ୟ ଜିନିଷ ସାଥୀରେ ନେବାକୁ ପ୍ରତିବନ୍ଧକ ଲଗାଯାଇଛି। ସେହିପରି କାଉଣ୍ଟିଂ ହଲକୁ ଯିବା ପୂର୍ବରୁ ଜୋତା-ଚପଲ ବାହାର କରି ପ୍ରବେଶ କରିବାକୁ ମଧ୍ୟ କୁହାଯାଇଛି। 

ସେପଟେ ଦାନା ଚୋରି ଘଟଣାରେ ଦିନକୁ ଦିନ ନୂଆ ଖୁଲାସା ହେଉଛି। ଏହି ଘଟଣାର ଜଣେ ଅଭିଯୁକ୍ତ ଅନୁକଳ୍ପ ମିଶ୍ରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ଅନୁକଳ୍ପଙ୍କ ନାମରେ ମନ୍ଦିରରେ ବ୍ୟବସ୍ଥା କାର୍ଯ୍ୟକର୍ତ୍ତା ଭାବରେ ଏଣ୍ଟ୍ରି ପାସ୍ ଜାରି କରାଯାଉଥିଲା। ମନ୍ଦିରରେ କୌଣସି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ବେଳେ ଏହି ଗେଟ୍ ପାସ୍ ତିଆରି କରାଯାଉଥିଲା। ତେବେ ଏହି ଚୋରି ମାମଲାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ସଦସ୍ୟ ମହନ୍ତ ଦିନେନ୍ଦ୍ର ଦାସ ମହାରାଜ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଭଗବାନଙ୍କ ଘରେ ଅପରାଧ କରୁଥିବା ବ୍ୟକ୍ତିଙ୍କୁ ଫାଶୀ ଦେଇଦେବା ଉଚିତ୍ ବୋଲି ସେ କହିଛନ୍ତି। 

ଆହୁରି ପଢନ୍ତୁ- ରାମ ମନ୍ଦିର ଚୋରି ମାମଲାରେ ସାଂଘାତିକ ସତ, ସିସିଟିଭି ଫୁଟେଜ୍ ଡିଲିଟ୍ କରିବାକୁ ହୋଇଥିଲା ମାଷ୍ଟରପ୍ଲାନ !

ରଥଯାତ୍ରା ସମୟରେ ଅନଲାଇନରେ ରୁମ୍ ବୁକ୍ କରିବା ବେଳେ ହୁଅନ୍ତୁ ସତର୍କ​​​​​​​