ନୂଆଦିଲ୍ଲୀ: ଆଇପିଏଲରେ ଦବଦବା ଜାରି ରଖିଛନ୍ତି ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ଶତକ ଅର୍ଦ୍ଧଶତକ ହାସଲ କରିବ ସହ ବୁମରା ରାବାଡ଼ାଙ୍କ ଭଳି ବୋଲରଙ୍କୁ ମଧ୍ୟ ଧୂଲେଇ କରୁଛନ୍ତି । ଏହି ୧୫ ବର୍ଷୀୟ କ୍ରିକେଟରଙ୍କ ଭବିଷ୍ୟତ ବେଶ ଉଜ୍ଜଳ ଥିବା ନେଇ ଅନେକ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ସେ କେବେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବେ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହୁଏ । ତେବେ ଟେଷ୍ଟ କ୍ରିକେଟରେ କେବେ ଡେବ୍ୟୁ କରିବେ ? ଦଳରେ ସୁଯୋଗ ମିଳିବ କି ? ଏଭଳି ପ୍ରଶ୍ନ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଚରା ଯାଇଥିବାବେଳେ ସେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ସେ ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସମୟରେ କହିଥିଲେ କି, ବୈଭବ ଏବେ ଟେଷ୍ଟ ଖେଳିବା ପାଇଁ ଫିଟ୍ ନୁହଁନ୍ତି । ବିସିସିଆଇ ଏବଂ ଚୟନକର୍ତ୍ତାଙ୍କୁ ଚେତାବନୀ ଦେଇ ଦାଦା କହିଛନ୍ତି କି, ସେ ଭଲ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଲାଲ ବଲରେ ଦଳରେ ସୁଯୋଗ ଦେବା ପୂର୍ବରୁ ପ୍ରଥମ ଶ୍ରେଣୀ ପ୍ରଦର୍ଶନ ଉପରେ ନଜର ପକାଇବା ଜରୁରୀ । ସେ କମ ବୟସରେ ନିଜର ପପ୍ରତିଭା ସ୍ପଷ୍ଠ କରିଛନ୍ତି କିନ୍ତୁ ପ୍ରଥମ ଶ୍ରେଣୀର ପ୍ରଦର୍ଶନ ଉରେ ନଜର ରହିବା ଜରୁରୀ ।

ଦାଦା କହିଛନ୍ତି କି, ଟି-୨୦ ଦଳରେ ତୁରନ୍ତ ସାମିଲ କରିପାର । ମାତ୍ର ଟେଷ୍ଟ କ୍ରିକେଟରେ ନୁହେଁ । ସେ ଭାରତର ଭବିଷ୍ୟତ । ବଡ଼ ବଡ଼ ବୋଲରଙ୍କ ବିପକ୍ଷରେ ଦମଦାର ପ୍ରଦର୍ଶନ କରୁଛନ୍ତି । ସେ ଜଣେ ପ୍ରତିଭାବାନ ଖେଳାଳି ତଥାପି ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କୁ ଅଧିକ ରନ୍ କରିବାକୁ ପଡ଼ିବ । ଏହାସହ କହିଛନ୍ତି କି, ସେ ୧୫ ବର୍ଷରେ ଯେଭଳି ଖେଳୁଛନ୍ତି ଆଉ ଯେଉଁ ଆତ୍ମନିର୍ଭରଶୀଳ ଅଛନ୍ତି ଭାରତୀୟ କ୍ରିକେଟ ପାଇଁ ଏହା ଏକ ଶୁଭ ସଙ୍କେତ ।

​​​​​​​

ସେପଟେ ଏହି ଇଣ୍ଟରଭିୟ୍ୟୁ ସମୟରେ ଗାଙ୍ଗୁଲୀ କହିଥିଲେ କି, ଆକିବ୍ ନବିଙ୍କୁ ଆଫଗାନିସ୍ତାନ ବିପକ୍ଷ ସିରିଜରେ ଟେଷ୍ଟ ଟିମରେ ସୁଯୋଗ ମିଳିବା ଜରୁରୀ ଥିଲା । ସେ ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିଲେ । ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଥିଲେ । ତଥାପୀ ପ୍ରୀନ୍ସ ଯାଦବଙ୍କୁ ଦଳରେ ସୁଯୋଗ ମିଳିବାକୁ ସମର୍ଥନ ଜଣାଇଛନ୍ତି ଦାଦା ।  

ଏହାସହ ପଢ଼ନ୍ତୁ : ସେପ୍ଟେମ୍ବର-ଅକ୍ଟୋବରରେ ପୁଣି ଆଇପିଏଲ ଆୟୋଜନ କରିବ କି BCCI ?