ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ । ହାଇଦ୍ରାବାଦ ବିପକ୍ଷ ଏଲିମିନେଟର ମୁକାବିଲାରେ ଖେଳିଲେ ବଡ଼ ପାଳି । ୨୯ ବଲରୁ ୯୭ ରନର ପାଳି ଖେଳିଛନ୍ତି ବୈଭବ । ଯଦିଓ ଟିକେ ଟିକେରେ ଆଇପିଏଲରେ ଦ୍ରୁତତମ ଶତକରୁ ବଞ୍ଚିତ ହୋଇଛନ୍ତି ତଥାପି ଆଉ ଏକ ବଡ଼ ରେକର୍ଡ କରିଛନ୍ତି । ସେ ଆଇପିଏଲରେ ଗୋଟିଏ ସିଜିନରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି । ଏହି ୧୫ ବର୍ଷୀୟ ଯୁବ କ୍ରିକେଟର ଆଇପିଏଲ ଇତିହାସରେ ୟୁନିଭର୍ସନାଲ ବସ ଭାବେ ଜଣାଶୁଣା କ୍ରିସ୍ ଗେଲଙ୍କ ରେକର୍ଡକୁ ଚୁରମାର କରିଛନ୍ତି ।
୨୦୧୨ ସିଜିନରେ କ୍ରିସ୍ ଗେଲ ଆରସିବି ପକ୍ଷରୁ ଖେଳିଥିବାବେଳେ ସେ ୫୯ ଛକା ମାରିଥିଲେ । ଏପରି ଲାଗୁଥିଲା କି, ଗୋଟିଏ ସିଜିନରେ କୌଣସି ଖେଳାଳି ଏହାକୁ ଅତିକ୍ରମ କରିପାରିବେ ନାହିଁ । ଦୀର୍ଘବର୍ଷ ଧରି ଏହି ରେକର୍ଡ ଗେଲଙ୍କ ନାମରେ ରହିଥିଲା । ମାତ୍ର ଏବେ ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ନିଜ ନାମରେ କରିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ୧୫ ପାଳୁରୁ ୬୫ ଛକା ମାରି ଏହି ରେକର୍ଡକୁ ନିଜ ନାମରେ ରହିଛନ୍ତି ।
ତେବେ କ୍ରିସ୍ ଗେଲ ଗୋଟିଏ ସିଜିନରେ ସର୍ବାଧିକ ୫୯ ଛକା ମାରିଥିଲେ । ସେ ୧୪ ମ୍ୟାଚର ୧୪ ପାଳିରେ ଏହି ମାଇଲଖଉଣ୍ଟ ପାର କରିଥିଲେ । ମାତ୍ର ଏବେ ବୈଭବଙ୍କ ବିଧ୍ବଂସୀ ପାଳି ସବୁ ରେକର୍ଡକୁ ପଛରେ ପକାଇଛି । ସେପଟେ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ରସେଲ । ଯିଏକି କୋଲକାତା ପକ୍ଷରୁ ଖେଳି ଗୋଟିଏ ସିଜିନରେ ୫୨ ଛକା ମାରିଥିଲେ । ୨୦୨୨ ମସିହାରେ ସେ ଏହି ରେକର୍ଡ କରିଥିଲେ ।
ଏହାସହ ପଢ଼ନ୍ତୁ : ମୋବାଇଲରେ ପରପୁରୁଷର ଫଟୋ ଦେଖୁଥିଲା ସ୍ତ୍ରୀ, ଝଗଡ଼ାରୁ ଜୀବନ ହାରିଲା ସ୍ବାମୀ