ନୂଆଦିଲ୍ଲୀ: ମଇଦାନରେ ବଡ଼ ବଡ଼ ବୋଲରଙ୍କୁ ଧୂଳି ଚଟାଉଥିବା ବୈଭବ ସୂର୍ଯ୍ୟବଂଶୀ ବିଧ୍ବଂସୀ ବ୍ୟାଟିଂ ପାଇଁ ସର୍ବଦାରେ ଚର୍ଚ୍ଚାରେ ରହିଥାନ୍ତି । ଏହି ଖେଳାଳି ଚଳିତବର୍ଷ ଅରେଞ୍ଜ କ୍ୟାପ୍ ରେସରେ ରହିଛନ୍ତି । ତେବେ ଆଜି ମଦର୍ସ ଡେ’ ରହିଥିବାବେଳେ ମାଆଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟ କରିଛନ୍ତି ସୂର୍ଯ୍ୟବଂଶୀ । ସେ ମାଆଙ୍କ ସହ ଏକ ଫଟୋ ପକାଇ ପୋଷ୍ଟ କରିଛନ୍ତି । ଏହାସହ ରାଜସ୍ଥାନ ରୟାଲ୍ସର ଜର୍ସି ପିନ୍ଧିଥିବା ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ।କ୍ୟାପସନରେ ବୈଭବ ଲେଖିଛନ୍ତି, "ଏହା ତୁମ ପାଇଁ, ମା।"

 

ତେବେ ଗୋଲାପୀ ଜର୍ସି ସହ ଫଟୋ ପୋଷ୍ଟ କରିଥିବାବେଳେ ଏହା ମହିଳାଙ୍କୁ ସମ୍ମାନ ସମ୍ପର୍କରେ ଦର୍ଶାଉଛି । ମହିଳାଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ଗୋଟିଏ ମ୍ୟାଚରେ ରାଜସ୍ଥାନ ଗୋପାପୀ ଜର୍ସି ପିନ୍ଧିଥାଏ ।

ସେପଟେ ଆମେ ଯଦି ବୈଭବଙ୍କ ସମ୍ପର୍କରେ କହିବା ତାହେଲେ ନିଜ ନାମରେ କମ ବୟସରେ ସେ ଅନେକ ରେକର୍ଡ ସ୍ଥାପନ କରିଛନ୍ତି । ସେ ୧୦୦ ଛକା ମାରି ଏକ ମାଇଲଖୁଣ୍ଟ ପାର୍ କରିଛନ୍ତି । ସେ ପୁରୁଷ ଟି-୨୦ ମୁକାବିଲାରେ କମ ପାଳିରେ ଦ୍ରୁତଶତ ଛକା ମାରିମାର ରେକର୍ଡ କରିଛନ୍ତି । ଏହାସହ କମ୍ ବୟସ୍କ ଖେଳାଳିଭାବେ ନୂଆ କିର୍ତ୍ତୀମାନ ନିଜ ନାମରେ କରିଛନ୍ତି ।ବୈଭବ ୨୯ ଇନିଂସ, ୫୧୪ ବଲ୍ ରେ ୧୦୦ ଛକା ମାରିଛନ୍ତି। ଗୁଜୁରାଟ ବିପକ୍ଷରେ ବୈଭବ ୧୬ ବଲ୍ ରେ ୩୬ ରନ୍ କରିଥିଲେ, ଯେଉଁଥିରେ ତିନୋଟି ଚୌକା ଏବଂ ତିନୋଟି ଛକା ସାମିଲ ଥିଲା।

ଏହାସହ ପଢ଼ନ୍ତୁ : ଲକ୍ଷ୍ନୌକୁ ୫ ଓ୍ବିକେଟରେ ହରାଇଲା CSK