PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ହସ୍ପିଟାଲର କଏଦୀ ଓ୍ବାର୍ଡରେ ସେକ୍ସ ରାକେଟର ଖୁଲାସା, କଲ୍‌ଗାର୍ଲଙ୍କ ସହିତ ମଉଜ କରୁଥିଲା କଏଦୀ

ହାଜିପୁର,୨୯।୯: ବିହାରର ସରକାରୀ ହସ୍ପିଟାଲର ରୋଗୀଙ୍କୁ ଚିକିତ୍ସା ଓ ଔଷଧ ଠିକ୍‌ ଭାବରେ ମିଳୁନଥିବାର ଅନେକଥର ଅଭିଯୋଗ ରହିଛି। ଚିକିତ୍ସା ପାଇଁ ଆସୁଥିବା କଏଦୀଙ୍କୁ କୌଣସି ହୋଟଲଠାରୁ କମ୍ ସୁବିଧା ମିଳୁନି। କିଛି ମାସ ପୂର୍ବରୁ ଏକ ମୋଷ୍ଟ ଓ୍ବାଣ୍ଟେଡ୍ ଅପରାଧି ହସ୍ପିଟାଲକୁ ଚିକିତ୍ସିତ ହେବା ବାହାନାରେ ନିଜ ପତ୍ନୀର ଜନ୍ମଦିନ ପାଳନ କରିବାକୁ ଆସିଥିଲା। ହେଲେ ସବୁ ସୀମା ପାର କରିଦେଇଥିଲା। ହସ୍ପିଟାଲକୁ ମୌଜ-ମସ୍ତି କରିବା ପାଇଁ ଡକାଇଥିଲେ କଲ୍‌ ଗାର୍ଲ ଓ କଏଦୀମାନେ ଖୁବ୍ ମଉଜ-ମସ୍ତି କରିଥିଲେ।

ଏହି ପୁରା ମାମଲା ହାଜିପୁର ସଦର ହସ୍ପିଟାଲ ସହିତ ଜଡିତ। ଏଠାରେ କଏଦୀ ଓ୍ବାର୍ଡରେ ଦେହବ୍ୟବସାୟ ଚାଲିଥିଲା। ଚିକିତ୍ସା ପାଇଁ ଆସିଥିବା କଏଦୀଙ୍କ ପାଇଁ ଅନ୍ୟ ରାଜ୍ୟରୁ ଜଣେ କଲ୍‌ ଗାର୍ଲଙ୍କୁ ଡକାଯାଇଥିଲା। ସେମାନଙ୍କ ସହିତ ଓ୍ବାର୍ଡରେ ମଉଜ-ମସ୍ତି କରିଥିଲେ। ତେବେ ଏସବୁ ସୁବିଧା କେଉଁ କଏଦୀଙ୍କୁ ମିଳିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। କଏଦୀ ଓ୍ବାର୍ଡରେ କର୍ମଚାରୀଙ୍କ କାର୍ଯ୍ୟପ୍ରତି ଅବହେଳା କାରଣରୁ ଏସଡିପିଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ କଲ୍‌ ଗାର୍ଲ, ଓ୍ବାର୍ଡ ବୟଙ୍କ ସହିତ ଅନେକଙ୍କୁ ଚିହ୍ନଟ କରାଯାଇଛି ଓ ପଚରା ଉଚରା ମଧ୍ୟ କରାଯାଉଛି।

ସମ୍ବନ୍ଧିତ ଖବର