PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

୫ମାସ ପରେ ଆସନ୍ତାକାଲିଠୁ ଆରମ୍ଭ ହେବ ବୈଷ୍ଣୋଦେବୀ ଯାତ୍ରା

ନୂଆଦିଲ୍ଲୀ,୧୫/୦୮: କରୋନା ସଂକ୍ରମଣ ଯୋଗୁ ଲଗାତର ୫ ମାସ ଧରି ବନ୍ଦ ରହିବା ପରେ ମାତା ବୈଷ୍ଣୋଦେବୀ ଯାତ୍ରା ଅଗଷ୍ଟ ୧୬ରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଜମ୍ମୁ-କାଶ୍ମୀର ସରକାର ଏବେ ଏହି ଘୋଷଣା କରିଛନ୍ତି।

ଯାତ୍ରା ଆରମ୍ଭ ହେବାକୁ ଥିବାରୁ ବୈଷ୍ଣୋଦେବୀ ମନ୍ଦିର ପରିଚାଳନା ବୋର୍ଡ ପୂର୍ବରୁ ମାସକ ଆଗରୁ ଏଥିପାଇଁ ପ୍ରସ୍ତୁତି ଚଳାଇଥିଲା। ମନ୍ଦିର ପରିସରକୁ ନିୟମିତ ଭାବେ ସାନିଟାଇଜ୍‌ କରାଯାଉଛି। କରୋନା ସଂକ୍ରମଣକୁ ଏଡାଇବା ପାଇଁ ପ୍ରତିଦିନ କେବଳ ୫୦୦ ଶ୍ରଦ୍ଧାଳୁଙ୍କୁ ସେଠାରେ ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ଦିଆଯିବ ବୋଲି ଘୋଷଣା କରାଯାଇଛି। ରେଜିଷ୍ଟ୍ରେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନରେକରାଯିବ । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ କଟରା ସହର ବାସୀଙ୍କ ପାଇଁ ପୁଣି ଥରେ ଆୟର ପନ୍ଥା ଖୋଲିବ ବୋଲି ମନ୍ଦିର ପରିଚାଳନା ବୋର୍ଡ ଆଶାବ୍ୟକ୍ତ କରିଛି । ତେବେ କରୋନା ନେଗେଟିଭ୍‌ ସାର୍ଟିଫିକେଟ ଥିଲେ ବାହାର ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅଧିକ ସଂଖ୍ୟାରେ ବୈଷ୍ଣୋଦେବୀ ଆସିବାକୁ ଅନୁମତି ଦେବାକୁ ବୋର୍ଡ ସରକାରଙ୍କୁ ନିବେଦନ କରିଛି।