- ଗୌହାଟୀ-କୋଲକାତାରେ ଚାଲିବ ବନ୍ଦେ ଭାରତ ସ୍ଲିପର ଟ୍ରେନ
- ଟ୍ରେନରେ କୌଣସି ଭିଆଇପି କୋଟା ହେବ ନାହିଁ
- ଲୋକଙ୍କୁ ସ୍ଥାନୀୟ ଭୋଜନ ଯୋଗାଇ ଦିଆଯିବ
ନୂଆଦିଲ୍ଲୀ – ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ ଚଳିତ ମାସର ଶେଷସୁଦ୍ଧା ଗୌହାଟୀ ଓ କୋଲକାତା ମଧ୍ୟରେ ହୋଇଯିବ। ଏଥିରୁ ଉତ୍ତର ପୂର୍ବ ଓ ପୂର୍ବଭାରତ ମଧ୍ୟରେ ଭଲ କନେକ୍ଟିଭିଟି ହେବ। ବନ୍ଦେ ଭାରତ ସ୍ଲିପର ଟ୍ରେନର ଆରମ୍ଭ ହେବାରେ ଯାତ୍ରା ତ ସହଜ ହେବ , ଏହାସହ ଏହି ଟ୍ରେନରେ ଅନେକ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ସୂଚନା ମୁତାବିକ , ଏହି ଟ୍ରେନ୍ ରିଜର୍ଭେସନରେ କୌଣସି ଭିଆଇପି କୋଟା ହେବ ନାହିଁ। ଏହାବ୍ୟତୀତ ଏହି ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କୁ ସ୍ଥାନୀୟ ଭୋଜନ ଯୋଗାଇ ଦିଆଯିବ। ଏହି ଟ୍ରେନ୍ ଦୀର୍ଘ ଦୂରଗାମୀ ଯାତ୍ରାରେ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହେବ।
ସରକାର ମଧ୍ୟ ଉକ୍ତ ଟ୍ରେନର ଲଞ୍ଚିଂକୁ ସ୍ୱତନ୍ତ୍ର ଓ ଆକର୍ଷଣୀୟ କରିବାରେ ଲାଗି ପଡ଼ିଛନ୍ତି। ଅଫିସିଆଲି ସୂତ୍ରାନୁସାରେ, ଭାରତର ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ସଂପୂର୍ଣ୍ଣ ରୂପେ ସାଧାରଣ ଲୋକଙ୍କ ଟ୍ରେନ୍ ହେବ। ଏଥିରେ ଭିଆଇପି କିମ୍ୱା ଏମର୍ଜେନ୍ସି କୋଟା ରହିବ ନାହିଁ। ଏମିତି କି ରେଲୱେର ବରିଷ୍ଠ ଓ ସିନିୟର ଅଧିକାରୀ ମଧ୍ୟ ବନ୍ଦେ ଭାରତ ସ୍ଲିପରରେ ନିଜ ପାସରେ ଯାତ୍ରା କରିବାର ଅଧିକାର ହେବ ନାହିଁ। ଏହା ବ୍ୟତୀତ ଏଥିରେ ଭଲ ସୁବିଧା , ଟ୍ରାନ୍ସପାରେଣ୍ଟ ଟିକେଟିଂ ଓ ସମାନ ନିୟମ ରହିବ। ଟ୍ରେନରେ ଥିବା ସବୁ ଷ୍ଟାଫ୍ ୟୁନିଫର୍ମରେ ରହିବେ। ଅଫିସିଆଲି ସୂତ୍ରାନୁସାରେ , ଉକ୍ତ ଟ୍ରେନରେ ଭାରତର ସଂସ୍କୃତିର ଦର୍ଶନ ମିଳିବ।
ବନ୍ଦେ ଭାରତ ସ୍ଲିପର ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କେବଳ କନଫର୍ମ ଟିକେଟ୍ ହିଁ ଯୋଗାଇ ଦିଆଯିବ। ଏଥିରେ ୱେଟିଂ ଲିଷ୍ଟର୍ ସମସ୍ୟା ଶେଷ ହୋଇଯିବ। କେବଳ ଏତିକି ହିଁ ନୁହେଁ, ଏହି ଟ୍ରେନରେ ଆରଏସି ଟିକେଟ୍ ମଧ୍ୟ ମିଳିବ ନାହିଁ। ଅଧିକାରୀଙ୍କ କହିବାନୁସାରେ ,ଯାତ୍ରୀଙ୍କୁ ସଂପୂର୍ଣ୍ଣ ରୂପେ ଅପଗ୍ରେଡେଡ୍ ବେଡରୋଲ୍ ଦିଆଯିବ। ଏଥିରେ କମ୍ୱଳ ମଧ୍ୟ ସାମିଲ ରହିବ। ଏହି ବେଡରୋଲ ରେଗୁଲାର ଟ୍ରେନ୍ ତୁଳନାରେ ଅଧିକ ଆଧୁନିକ ଓ ଭଲ ଗୁଣବତ୍ତାର ହେବ।