ନୂଆଦିଲ୍ଲୀ,୧୮/୧୧: ପ୍ରକୃତି, ସହାବସ୍ଥାନ, ସହାନୁଭୂତି ଏବଂ ଆଶାର କାହାଣୀକୁ ସୁନ୍ଦର ଭାବରେ ସଜାଇଥିବା ଡକ୍ୟୁମେଣ୍ଟାରୀ ସିରିଜ୍ ‘ବନତାରା - ସାଂକଚୁଆରୀ ଷ୍ଟୋରିଜ' ଜିଓ ହଟ୍ଷ୍ଟାରରେ ଦ୍ରୁତ ବେଗରେ ଲୋକପ୍ରିୟତା ହାସଲ କରୁଛି । ଏହି ଧାରାବାହିକ ଦର୍ଶକଙ୍କୁ ଏକ ଅନନ୍ୟ ଦୁନିଆକୁ ନେଇଯାଉଛି ଯେଉଁଠାରେ ଦର୍ଶକ ଉଦ୍ଧାର ହୋଇଥିବା ପ୍ରାଣୀଙ୍କ ଆଖିରେ ଆଶା ଦେଖିପାରିବେ ଏବଂ ସେମାନଙ୍କ ଜୀବନରେ ପରିବର୍ତ୍ତନକୁ ନିକଟରୁ ଅନୁଭବ କରିପାରିବେ ।
ବନତାରାରେ ରହୁଥିବା ପ୍ରତ୍ୟେକ ପ୍ରାଣୀଙ୍କ ନିଜସ୍ୱ ଅନନ୍ୟ କାହାଣୀ ରହିଛି । ଏହି କାହାଣୀଗୁଡ଼ିକ ସେମାନଙ୍କ ସଂଘର୍ଷ, ଭୟରୁ ମୁକ୍ତି, ଯନ୍ତ୍ରଣାରୁ ମୁକ୍ତି, ବିଶ୍ୱାସ ଏବଂ କୃତଜ୍ଞତା ଓ ସର୍ବୋପରି ନୂତନ ଜୀବନ ଅନୁସନ୍ଧାନ କରିବାର କୌତୁହଳର କାହାଣୀ । ଏହି ଅନନ୍ୟ କାହାଣୀଗୁଡ଼ିକ ବଳରେ ଜିଓ ହଟ୍ଷ୍ଟାରରେ ଧାରାବାହିକର ଦର୍ଶକ ସଂଖ୍ୟା ଲଗାତର ବୃଦ୍ଧି ପାଉଛି । ବନ୍ତାରା ହେଉଛି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ସ୍ୱପ୍ନର ପ୍ରକଳ୍ପ । ଏଠାରେ ଭାରତ ଏବଂ ବିଦେଶରୁ ଉଦ୍ଧାର ହୋଇଥିବା ପ୍ରାଣୀମାନଙ୍କର ନିରନ୍ତର ଯତ୍ନ ନିଆଯାଉଛି । ପ୍ରାଣୀ ଉଦ୍ଧାର ଏବଂ ଯତ୍ନରେ ଏହି ପ୍ରକଳ୍ପ ପ୍ରତିଦିନ ନୂତନ ମାନଦଣ୍ଡ ସ୍ଥାପନ କରୁଛି ।ବନତାରା ସାଂକଚୁଆରୀ ଷ୍ଟୋରିଜର ଚମତ୍କାର ପ୍ରାକୃତିକ ପରିବେଶ ଦର୍ଶକଙ୍କୁ ମନମୁଗ୍ଧ କରୁଛି। କିଛି ଦର୍ଶକ 'ବନତାରା - ସାଂକଚୁଆରୀ ଷ୍ଟୋରିଜ୍'କୁ ଏକ ହୃଦୟସ୍ପର୍ଶୀ ଧାରାବାହିକ ଭାବରେ ଅଭିହିତ କରିଛନ୍ତି, ଯାହା ମାନବୀୟ ସହାନୁଭୂତି ଏବଂ ପ୍ରକୃତି ପ୍ରତି ପ୍ରେମରେ ପରିପୂର୍ଣ୍ଣ। ସୁନ୍ଦର ପ୍ରାକୃତିକ ଦୃଶ୍ୟ, ଭାବପ୍ରବଣ ମୁହୂର୍ତ୍ତ ଏବଂ ପ୍ରାଣୀମାନଙ୍କ ସହିତ ଗଠିତ ଅତୁଟ ବନ୍ଧନ ଏହାକୁ ଏକ ସ୍ମରଣୀୟ ଅନୁଭୂତି ଭାବରେ ପ୍ରସ୍ତୁତ କରିଛି।