ପ୍ରଥମ ଥର ବଡ଼ ପରଦାରେ ସ୍କ୍ରିନ୍ ଶେୟାର କରିବେ ଜାହ୍ନବୀ-ବରୁଣ, ଏହି ଦିନ ରିଲିଜ୍ ହେବ ଆକ୍ସନ୍ ଫିଲ୍ମ ‘ବୱାଲ୍’

mid-day
ମୁମ୍ବାଇ ୨୩/୦୩: ଫିଲ୍ମ ‘ଛିଛୋରେ’ର ସଫଳତା ପରେ ଫିଲ୍ମମେକର ସାଜିଦ ନାଦିଆଦୱାଲା ଓ ନିତେଶ ତିୱାରି ସେମାନଙ୍କର ଅପ୍କମିଙ୍ଗ ପ୍ରୋଜେକ୍ଟ ‘ବୱାଲ୍’ ବିଷୟରେ ଘୋଷଣା କରିଛନ୍ତି । ଆସନ୍ତା ଅକ୍ଟୋବର ୬ ତାରିଖରେ ଥିଏଟରରେ ଫିଲ୍ମଟି ମୁକ୍ତିଲାଭ କରିବ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବରୁଣ ଧୱନ ଓ ଜାହ୍ନବୀ କପୁର । ପ୍ରୋଜେକ୍ଟରେ ଦୀର୍ଘ ଦିନ ଧରି ପରିଶ୍ରମ କରିଆସୁଥିବା ପୂରା ଫିଲ୍ମ ଟିମ୍ ଏ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ।
My second association with Sajid sir and a rather intriguing one #BAWAAL starring @Varun_dvn & #JanhviKapoor will hit the theatres on 6th Oct 2023.#SajidNadiadwala @NGEMovies @earthskynotes @ashwinyiyer @WardaNadiadwala
— Nitesh Tiwari (@niteshtiwari22) March 22, 2023
ଆକ୍ସନ୍ ଫିଲ୍ମ ‘ବୱାଲ୍’ରେ ପ୍ରଥମ ଥର ବଡ଼ ପରଦାରେ ସ୍କ୍ରିନ୍ ଶେୟାର କରିବେ ଜାହ୍ନବୀ ଓ ବରୁଣ । ଜାହ୍ନବୀଙ୍କ ଫ୍ୟାନ୍ ଏହି ଖବର ପାଇବା ପରେ ଫିଲ୍ମ ପାଇଁ ତାଙ୍କୁ ଆଗୁଆ ଶୁଭକାମନା ଜଣାଇଛନ୍ତି । ଗତ ବର୍ଷ ଜୁଲାଇରେ ଫିଲ୍ମର ସୁଟିଂ ଶେଷ ହେବା ବିଷୟରେ ଜାହ୍ନବୀ ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ନିତେଶ ତିୱାରି ଓ ସାଜିଦଙ୍କ ଭଳି ଫିଲ୍ମମେକର୍ଙ୍କ ସହ କାମ କରିବାର ସୁଯୋଗ ପାଇ ସେ ନିଜକୁ ଖୁବ୍ ଭାଗ୍ୟଶାଳୀ ବୋଲି କହିଥିଲେ । କୋ-ଷ୍ଟାର୍ ବରୁଣଙ୍କୁ ପ୍ରଶଂସା କରି ଏକ ବାର୍ତ୍ତା ମଧ୍ୟ ଲେଖିଥିଲେ । ଜାହ୍ନବୀଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଅଛି ସ୍ପୋର୍ଟସ୍ ଫିଲ୍ମ ‘ମିଷ୍ଟର୍ ଆଣ୍ଡ ମିସେସ୍ ମାହି’ । ଏଥିରେ ସେ ରାଜକୁମାର ରାଓଙ୍କ ସହ ସ୍କ୍ରିନ୍ ଶେୟାର କରିବେ ।