ମୁମ୍ବାଇ,୧୪/୪ : ବଲିଉଡ଼ରେ ଏବେ ଦେଶ ଭକ୍ତି ଫିଲ୍ମର କ୍ରେଜ୍ ଦ୍ରୁତଗତିରେ ବଢିବାରେ ଲାଗିଛି । କିଛି ଦିନ ପୂର୍ବରୁ ବରୁଣ ଧଓ୍ବନ ଫିଲ୍ମ ‘ବର୍ଡ଼ର ୨’ରେ ନିଜ ଅଭିନୟରେ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି । ଯାହା ପରେ ତାଙ୍କୁ ବାରମ୍ବାର ଆର୍ମି ଏବଂ ଓ୍ବାର ବେଷ୍ଡ ଫିଲ୍ମର ଅଫର ମିଳିବାରେ ଲାଗିଛି । ମାତ୍ର ବଋଣ ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନେବାକୁ ଚାହୁଁ ନାହାନ୍ତି ଏବଂ ନିଜ ଆଗାମୀ ଫିଲ୍ମ ଚୟନ କରିବାକୁ ଚାହୁଁଛନ୍ତି । ଏହା ମଧ୍ୟରେ ଖବର ସାମ୍ନାକୁ ଆସୁଛି କି ସେ ନିର୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ନୂଆ ଫିଲ୍ମ ‘ଅପରେଶନ ସିନ୍ଦୁର’କୁ ନେଇ କଥା ହୋଇଛନ୍ତି ।
ସୂଚନା ମୁତାବକ ‘ଅପରେଶନ ସିନ୍ଦୁର’ରେ ବଋଣ ଧଓ୍ବନଙ୍କୁ ଲିଡ଼ ରୋଲ୍ ଲାଗି କୁହାଯାଇଛି ଏବଂ ବଋଣ ବି ଏହି ବିଷୟରେ ନିଜର ଆଗ୍ରହ ପ୍ରକାଶ କରିଛନ୍ତି । ମାତ୍ର ଏବେ ସେ ଏହି ପ୍ରୋଜେକ୍ଟକୁ ଫାଇନାଲ କରି ନାହାନ୍ତି । କୁହାଯାଉଛି କି ସେ, ଖୁବଶୀଘ୍ର ଫିଲ୍ମର କାହାଣୀ ଶୁଣିବେ ଏବଂ ଏହାପରେ ହିଁ କୌଣସି ନିଷ୍ପତ୍ତି ନେବେ । ଖାସ୍ କଥା ଏହା କି ଏହି ଫିଲ୍ମକୁ ନେଇ ବଡ଼ ବଡ଼ ପ୍ରଡ଼କ୍ସନ ହାଉସ ବି ଆକ୍ଟିଭ୍ ଅଛନ୍ତି । ବଋଣ ଏବେ ନିଜ କ୍ୟାରିୟରର ନୂଆ ଏବଂ ମଜବୁତ୍ ଦିଶାରେ ନେଇଯିବାକୁ ପ୍ରୟାସ କରୁଛନ୍ତି । ଏଥିଲାଗି ଏହି ଫିଲ୍ମ ଲାଗି ସେ ସମ୍ପୂର୍ଣ୍ଣ ଭାବେ ଭାବିଚିନ୍ତି ଉତ୍ତର ଦେବେ ।
ପ୍ରକାଶ ଯେ, ବଋଣ କିଛି ସମୟ ଲାଗି କାମରୁ ବ୍ରେକ୍ ନେଇଛନ୍ତି । ଫଳରେ ସେ ନିଜ ଝିଅ ଲାରା ସହ ସମୟ ବିତାଇପାରିବେ । ଏବେ ସେ ପୁଣି ଥରେ ଆକ୍ଟିଭ ହୋଇସାରିଛନ୍ତି ଏବଂ ନୂଆ ଫିଲ୍ମ ଉପରେ କାମ ଆରମ୍ଭ କରିବା ଲାଗି ପ୍ରସ୍ତୁତ ହେବାକୁ ଅଛି । ନିକଟରେ ତାଙ୍କ ଫିଲ୍ମ ‘ହେ ଜଓ୍ବାନୀ ତୋ ଇସ୍କ ହୋନା ହେ‘ର ଫାଷ୍ଟ ଲୁକ୍ ବି ରିଲିଜ୍ କରାଯାଇଛି । ଯାହା ୨୨ମଇରେ ରିଲିଜ୍ ହେବାକୁ ଅଛି । ଏହି ଫିଲ୍ମରେ ତାଙ୍କ ସହ ମୃଣାଳ ଠାକୁର ଏବଂ ପୂଜା ହେଗଡ଼େ ନଜର ଆସିବେ । ଏହାସହ ସେ ଭିନ୍ନ ଭିନ୍ନ ନିର୍ଦେଶକ ଏବଂ ରାଇଟର୍ସଙ୍କୁ ଭେଟୁଛନ୍ତି ଏବଂ ଆଶା ରହିଛି କି ଖୁବଶୀଘ୍ର ନିଜ ଆଗାମୀ ଫିଲ୍ମର ଘୋଷଣା କରିବେ । କୁହାଯାଉଛି କି ଭୂଷଣ କୁମାରଙ୍କ ସହ ତାଙ୍କର କେତେକ ପ୍ରୋଜେକ୍ଟ୍ସ ଉପରେ କଥା ଚାଲିଛି ।