୨୦୧୯ ମସିହାରେ ବଲିଉଡ୍ ଅଭିନେତା ବରୁଣ ଧଓ୍ନନ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ୨୦୧୯ ବିବାହ ତାଲିକାରେ ପ୍ରଥମେ ଅର୍ଜୁନ କପୁର ଓ ମଲ୍ଲାଇକା ଆରୋରାଙ୍କ ନାଁ ରହିଛି। ତାପରେ ଫରହାନ୍ ଅଖତର ଓ ଶିବାନୀ ବିବାହ କରିବେ। ବିବାହ ତାଲିକାରେ ମଲ୍ଲାଇକା ଆରୋରାଙ୍କ ପୂର୍ବ ପ୍ରେମିକ ଅରବାଜ୍ ଖାନଙ୍କ ମଧ୍ୟ ନାଁ ରହିଛି। ଶୁଣାଯାଉଛି ସେ ନିଜ ପ୍ରେମିକା ଜିଓର୍ଜିଆ ଆଣ୍ଡ୍ରିଆନିଙ୍କୁ ବିବାହ କରିଛନ୍ତି।
{"id":6890,"width":740,"height":505}
ଏକ ରିପୋର୍ଟ ମୁତାବିକ ଚଳିତ ବର୍ଷ ବରୁଣ ଧଓ୍ନନ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ବରୁଣ ଏବଂ ନତାଶା ନିଜ ପ୍ରେମ କାହାଣୀକୁ ସତ ସତିକା କାହାଣୀରେ ପରିଣତ କରିବାକୁ ଚାହୁଁଛନ୍ତି। ଦୁହେଁ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଡେଟ୍ କରିଛନ୍ତି। ୨୦୧୯ ଡିସେମ୍ବର ମାସରେ ଦୁହେଁ ବିବାହ କରୁଛନ୍ତି ବୋଲି ସୂଚନା ମିଳିଛି।
{"id":6891,"width":741,"height":674}
ବର୍ତମାନ ସୁଦ୍ଧା ଦୁହେଁ ନିଜ ବିବାହ ସମ୍ପର୍କରେ କାହାକୁ କିଛି କହିନାହାନ୍ତି। ବରୁଣ ଏକ ସୋ'ରେ ନତାଶାଙ୍କୁ ବିବାହ କରିବେ ବୋଲି କହିଥିଲେ। ଏହି ସୋ'ରେ ବରୁଣ କହିଛନ୍ତି କି ନତାଶାଙ୍କୁ ଖୁବ୍ ଶୀଘ୍ର ବିବାହ କରିବେ। ତାଙ୍କ କଥାରୁ ଏମିତି ଲାଗୁଥିଲା କି ଦୁହେଁ ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହା ବ୍ୟତୀତ ଏପ୍ରିଲ ୧୯ରେ ରିଲିଜ୍ ହେବାକୁ ଥିବା କଳଙ୍କ ଫିଲ୍ମରେ ଏବେ ବରୁଣଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଆଦିତ୍ୟ ରାୟ କପୁର, ଆଲିଆ ଭଟ୍ଟ, ମାଧୂରୀ ଦିକ୍ଷିତ, ସୋନାକ୍ଷୀ ସିହ୍ନା ଏବଂ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।