ମୁମ୍ୱାଇ,୧୧/୦୩: ବରୁଣ ଧୱନଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ହୈ ଜୱାନି ତୋ ଇଶ୍କ ହୋନା ହୈ’ର ରିଲିଜ୍‌ ତାରିଖ ପୁଣି ଥରେ ବଦଳିଛି । ଆସନ୍ତା ଜୁନ୍‌ ୫ରେ ଫିଲ୍ମଟି ରିଲିଜ୍‌ ହୋଇଥାନ୍ତା । କିନ୍ତୁ ଏବେ ସପ୍ତାହେ ଆଗକୁ ଘୁଞ୍ଚିଛି । ଜୁନ୍‌ ୧୨ ତାରିଖରେ ଫିଲ୍ମ ରିଲିଜ୍‌ କରିବାକୁ ନିର୍ମାତା ନିଷ୍ପତ୍ତି ନେଇଛନ୍ତି । ୟଶ୍‌ଙ୍କ ଅପ୍‌କମିଙ୍ଗ ପାନ୍‌-ଇଣ୍ଡିଆ ଫିଲ୍ମ ‘ଟକ୍ସିକ୍‌’ ସହ ଟକ୍କର୍‌ରୁ ବଞ୍ଚିବା ପାଇଁ ନିର୍ମାତା ଏହି ନିଷ୍ପତ୍ତି ନେଇଛନ୍ତି ।

ଆହୁରି ପଢନ୍ତୁ-‘ଲଭ୍ ଏଣ୍ଡ ଓ୍ବାର’କୁ ନେଇ ଆସିଲା ବଡ଼ ଅପଡେଟ୍, ଷ୍ଟାରକାଷ୍ଟଙ୍କ ସିନ୍ ହେଲା ରିସୁଟ୍

‘ଟକ୍ସିକ୍‌’ ଆସନ୍ତା ଜୁନ୍‌ ୪ରେ ମୁକ୍ତିଲାଭ କରିବ । ଏହି ସ୍ଥିତିରେ ବରୁଣଙ୍କ ଫିଲ୍ମ ସହ ଏହାର ସିଧା ଟକ୍କର ହୋଇଥାନ୍ତା । ଡେଭିଡ୍‌ ଧୱନଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ହୈ ଜୱାନି ତୋ ଇଶ୍କ ହୋନା ହୈ’ ଏକ ରୋମାଣ୍ଟିକ୍‌-କମେଡି ଫିଲ୍ମ । ଏଥିରେ ବରୁଣଙ୍କ ସହ ମୃଣାଳ ଠାକୁର, ପୂଜା ହେଗ୍‌ଡ଼େ, ମନୀଷ ପଲ୍‌, ଜିମ୍ମି ଶେରଗିଲ, ମୌନୀ ରୟ, କୁବ୍ରା ସୈତ ଓ ରାକେଶ ବେଦୀଙ୍କ ଭଳି କଳାକାର ଅଛନ୍ତି । ୧୯୯୯ ମସିହାର ଫିଲ୍ମ ‘ବିୱି ନମ୍ବର୍‌ ୧’ର ଲୋକପ୍ରିୟ ଗୀତରୁ ଫିଲ୍ମର ଟାଇଟଲ ଚୟନ କରାଯାଇଛି । ଫିଲ୍ମକୁ ମନୋରଞ୍ଜନଧର୍ମୀ ରୋମାଣ୍ଟିକ୍‌ କମେଡି ରୂପେ ଦର୍ଶକଙ୍କୁ ଭେଟି ଦେବା ନିର୍ମାତାଙ୍କର ପ୍ରୟାସ ।