ଜୀବନରେ ସଫଳତା ଆଣିଥାଏ ସ୍ନେକ୍ ପ୍ଲାଣ୍ଟ,ଜାଣନ୍ତୁ ଘରର କେଉଁ ଦିଗରେ ଓ କେମିତି ଲଗାଇବେ ?

ବାସ୍ତୁ ଶାସ୍ତ୍ରରେ ଗଛ ଲଗାଇବାକୁ ନେଇ ଅନେକ ନିୟମ ରହିଛି। ବାସ୍ତୁବିତ୍ଙ୍କ ମତରେ କିଛି ଗଛ ଘରେ ଲଗାଇବା ଲାଭଦାୟକ ହେବ, ତେବେ କିଛି ଗଛ ଘର ବାହାରେ ଲାଗିବା ପରେ ସକରାତ୍ମକ ପରିଣାମ ଦେଇଥାଏ। ସେଭଳି କିଛି ଗଛ ଘରେ ନଲାଗିବାର ପରାମର୍ଶ ଦିଆଯାଇଥାଏ। ସେଥିପାଇଁ ଘରେ ଗଛ ଲଗାଇବାର ସମୟରେ ମଧ୍ୟ ବାସ୍ତୁ ନିୟମକୁ ପୁଣିଥରେ ଜାଣି ନିଅନ୍ତୁ। ଆଜି ଆମେ ଏଭଳି ଏକ ଗଛ ବିଷୟରେ ଜାଣିବୁ, ଯାହାକି ଘରେ ସୁଖ-ସମୃଦ୍ଧି ଓ ଶାନ୍ତି ଆଣିଥାଏ। ଏହା ସହିତ ବ୍ୟକ୍ତିଙ୍କର କ୍ୟାରିୟରରେ ଆଗକୁ ବଢିବାରେ ସାହାଯ୍ୟ କରିଥାଏ।
ଏଭଳି ଏକ ଗଛ ରହିଛି ତାହା ହେଲା ସ୍ନେକ ପ୍ଲାଣ୍ଟ, ଯାହାକି ବ୍ୟକ୍ତିର ଘରେ ବହୁ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ସହିତ ଆର୍ଥିକ ସ୍ଥିତିରେ ସୁଧାର ହୋଇପାରିବ। ଆସନ୍ତୁ ଜାଣିବା ସ୍ନେକ ପ୍ଲାଣ୍ଟ ଲଗାଇବା ପୂର୍ବରୁ କେଉଁ ସବୁ କଥା ଧ୍ୟାନ ରଖିବା ଦରକାର। ଏହାକୁ ଘରର କେଉଁ ଦିଗରେ ଓ କେଉଁଠି ଲଗାଯିବ, ଯେପରି ସକାରତ୍ମକ ପରିମାଣ ମିଳିପାରିବ।
ଘରେ ଯନି ସ୍ନେକ ପ୍ଲାଣ୍ଟ ଲଗାଇବାକୁ ଚାହାନ୍ତି, ତେବେ ଟେବଲ ଉପରେ ଲଗାନ୍ତୁ ନାହିଁ। ଏହି ଗଛକୁ ଘର ବାହାରେ ନଲଗାଇ ଭିତରେ ଲଗାନ୍ତୁ। ଅନ୍ୟ ଇନଡୋର ପ୍ଲାଣ୍ଟ ଭିତରେ ଲଗାନ୍ତୁ ନହିଁ। ଅଲଗା ଲଗାନ୍ତୁ। ବାସ୍ତୁଶାସ୍ତ୍ର ଅନୁସାରେ, ଯଦି ଏହା ଅନ୍ୟ ଗଛକୁ ଘେରି ହୋଇ ରୁହେ ତେବେ ନକାରାତ୍ମକ ଶକ୍ତି ପ୍ରଦାନ କରିବ। ସ୍ନେକ ପ୍ଲାଣ୍ଟକୁ ଷ୍ଟଡି ରୁମ୍ରେ ରଖନ୍ତୁ। ଅଫିସ କିମ୍ବା କାର୍ଯ୍ୟସ୍ଥଳର ଟେବଲ, ଝରକା କିମ୍ବା ବୁକ୍ ସେଲଫ୍ ଉପରେ ଲଗାଇ ପାରିବେ। ବାଥ୍ ରୁମ୍ କିମ୍ବା ବେଡ୍ ରୁମ୍ରେ ଏହାକୁ ଲଗାନ୍ତୁ ନାହିଁ। ଲିଭିଂ ରୁମ୍ରେ ଏଭଳି ସ୍ଥାନରେ ରଖନ୍ତୁ ଯେଉଠି ଯିବା ଆସିବା କରୁଥିବା ଲୋକଙ୍କର ସିଧା ନଜର ନପଡୁ।