PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବାସ୍ତୁ ଶାସ୍ତ୍ର:ଘରେ ସଠିକ ଦିଗ ଓ ସ୍ଥାନରେ ଲଗାନ୍ତୁ ଆଇନା,ନହେଲେ ଆସିପାରେ ବଡ଼ ବିପତ୍ତି

ସମସ୍ତଙ୍କ ଘର କାନ୍ଥରେ ଆଇନା ଦେଖିବାକୁ ମିଳେ। ଲୋକମାନେ ନିଜ ପସନ୍ଦରେ ଘରେ ଆଇନା ଲଗାଇଥାନ୍ତି। ବହୁବାର ଆମକୁ ଜଣାନଥାଏ ଓ ଭୁଲ ଦିଗରେ ଆଇନା ଲଗାଇବା କାରଣରୁ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏଭଳି ପରିସ୍ଥିତିରେ ଆଇନାର ହାନିକାରକ ପ୍ରଭାବରୁ ବଞ୍ଚିବା ପାଇଁ ଦିଗ ବିଷୟରେ ଜାଣିନେବା ବହୁତ ଜରୁରୀ। ବାସ୍ତୁଶାସ୍ତ୍ର ଅନୁସାରେ ଏହି କେତୋଟି ଟିପ୍ସ ଯଦି ଆପଣମାନେ ବ୍ୟବହାର କରିବେ ତେବେ  ଆପଣଙ୍କ ପରିବାରରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ।

-ସବୁଠାରୁ ପ୍ରଥମେ ଆପଣ ନିଜର ଘର ଭିତରେ କୌଣସି ଭଙ୍ଗା ଆଇନା ରଖନ୍ତୁ ନାହିଁ। ଯଦି ଥାଏ ତାକୁ ତୁରନ୍ତ ବାହାରେ ଫୋପାଡି ଦିଅନ୍ତୁ। କାରଣ ଘରେ ଭଙ୍ଗା ଦର୍ପଣ ରହିଲେ ଭାଗ୍ୟରେ ଦୋଷ ସୃଷ୍ଟି ହୋଇଥାଏ। ଏହା ସହ ଖରାପ ଆଇନା କିମ୍ବା ଅସ୍ପଷ୍ଟ ଦେଖାଯାଉଥିବା ଆଇନା ଘରେ ରଖନ୍ତୁ ନାହିଁ।

-ଭୁଲରେ ବି ଘରର ମୁଖ୍ୟଦ୍ବାରରେ ପ୍ରବେଶ କରୁଥିବା ସାମନା କାନ୍ଥରେ ବଡ ଦର୍ପଣ ଲଗାନ୍ତୁ ନାହିଁ। କାରଣ ଏହି ଆଇନାରେ ସେହି ଘରର ସକାରତ୍ମକ ଶକ୍ତି ପ୍ରବେଶ ହେବା ସହ ନକାରତ୍ମକ ଶକ୍ତି ପରିବର୍ତ୍ତିତ ହୋଇଯାଇଥାଏ। ବାସ୍ତୁଦୋଷ କାରଣରୁ ଘରର ସଦସ୍ୟଙ୍କ ଭିତରେ କଳହ ସୃଷ୍ଟି ହୋଇଥାଏ। ପରିବାର ଲୋକଙ୍କୁ କଷ୍ଟ ସହିବାକୁ ପଡିଥାଏ ଓ ତାଙ୍କୁ ଘର ଠାରୁ ବାହାରକୁ ଯାତ୍ରାରେ ରହି ନିଜର କାମ କରିବାକୁ ପଡିଥାଏ।

-ଉତ୍ତର-ପଶ୍ଚିମ ଦିଗରେ ଆଇନା ଲାଗିଥିଲେ ଆପଣଙ୍କୁ ଶତ୍ରୁତା, ମାଲିମକଦ୍ଦମା ଆଦିର କାରଣ ହୋଇଥାଏ। ସେଭଳି ଦକ୍ଷିଣ-ପଶ୍ଚିମ ଦିଗରେ ଲାଗିଥିବା ଆଇନା ବାସ୍ତୁଦୋଷ  କାରଣରୁ ଘରର ମୁଖ୍ୟଙ୍କୁ ଘର ବାହାରେ ରଖିବାର ଅନାବଶ୍ୟକ ଏବଂ ଆକସ୍ମିକ ଖର୍ଚ୍ଚ କରିବାକୁ ବାଧ୍ୟ କରିଥାଏ। ଦକ୍ଷିଣ-ପୂର୍ବ ଦିଗରେ ଲାଗିଥିବା ଦର୍ପଣ ପରସ୍ପର ମତଭେଦ ଓ ପଶ୍ଚିମ​‌ରେ ଲାଗିଥିବା ଦର୍ପଣ ଆଳସ୍ୟ ଓ କର୍ତ୍ତବ୍ୟରୁ ବିମୁଖ କରିଥାଏ। ସେଭଳି ଉତ୍ତର, ଉତ୍ତର-ପୂର୍ବ, ପୂର୍ବ ଦିଗରେ ଲାଗିଥିବା ଦର୍ପଣ ଘରେ ରୋଗ ଆଣିଥାଏ।

-ଭୁଲରେ ମଧ୍ୟ ନିଜର ବେଡରୁମରେ ଆଇନା ଲଗାନ୍ତୁ ନାହିଁ, କାରଣ ଯଦି ରାତିରେ ଶୋଇବା ସମୟରେ ଦର୍ପଣରେ ବେଡ୍ ଦେଖାଯାଏ ତେବେ ଗୃହସ୍ବାମୀଙ୍କ ବୈବାହିକ ଜୀବନ ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଥାଏ। ବେଡରୁମରେ ଦର୍ପଣ ଲଗାଇବା ଦ୍ବାରା ଦାମ୍ପତ୍ତ୍ୟ ଜୀବନରେ ବିଶ୍ବାସ ହ୍ରାସ ପାଇଥାଏ। ପତି-ପତ୍ନୀ ମଧ୍ୟରେ ମତଭେଦ ହୋଇଥାଏ। ଯଦି ବହୁତ ଜରୁରୀ ତେବେ ସେହି ସ୍ଥାନରେ ଲଗାନ୍ତୁ ଯେପରି ବେଡରେ ଶୋଇବା ବେଳେ ଆପଣଙ୍କ ପ୍ରତିବିମ୍ବ ଦେଖାନଯିବ। ଏହାସହ ଶୋଇବା ସମୟରେ ଏହାକୁ କୌଣସି କପଡାରେ ଢାଙ୍କି ଦିଅନ୍ତୁ।

-ବାସ୍ତୁ ଅନୁସାରେ ଯଦି ଦର୍ପଣ ଭୁଲ ଦିଗରେ କିମ୍ବା ସ୍ଥାନରେ ଲାଗିଥାଏ ତେବେ ସେହି ସ୍ଥାନରୁ ହଟାଇ ଦେବା ଉଚିତ୍। ଯଦି ହଟାଇ ହୁଏ ନାହିଁ ତେବେ ଏହାର ଚାରି କୋଣରେ ଏବଂ ମଧ୍ୟରେ ଉର୍ଜାଯୁକ୍ତ ପିରାମିଡ୍ ଲଗାଇ ନକାରତ୍ମକ ଶକ୍ତିକୁ ରୋକିବାର ଚେଷ୍ଟା କରିହେବ।