PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଡିଭାଇଡରରେ ପିଟି ହୋଇ ଓଲଟିଲା ଗାଡି: ଡ୍ରାଇଭର ଗୁରୁତର

ଚନ୍ଦ୍ରଶେଖରପୁର,୦୯/୦୮: ଗତ କାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ବିପିସିଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ବୋଲୋର ଭାରସ୍ୟାମ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା । ଏଥିରେ ଗାଡି ଡ୍ରାଇଭର ଗୋପବନ୍ଧୁ ବାଗୁ ଗୁରୁତର ଆହତ ହୋଇଛନ୍ତି । ଚନ୍ଦ୍ରଶେଖରପୁର ଥାନା ପିସିଆର ପହଞ୍ଚି ତାଙ୍କୁ ହସ୍ପିଟାଲ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡିକୁ ରାସ୍ତାରୁ ଉଠାଇ ନେଇଥିଲା ।

ସୂଚନା ଅନୁଯାୟୀ ରାତି ୨ଟା ସମୟରେ ନନ୍ଦନକାନନ ପଟୁ ଜୟଦେବ ବିହାର ଆଡ଼କୁ ଯାଉଥିଲା ଏକ ବୋଲୋର (ଓଆର ୦୫ ଏବି ୭୦୯୭) । ବିପିସିଏଲ୍‌ ପେଟ୍ରୋଲ ପମ୍ପ ପାଖରେ ଗାଡି ଆଗକୁ ଏକ କୁକୁର ଆସି ଯାଇଥିଲା । ଡ୍ରାଇଭର ଗୋପବନ୍ଧୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ଦେବାରୁ ଗାଡିଟି ସେଠାରେ ଓଲଟି ପଡିଥିଲା । ଦୁର୍ଘଟଣାର ଶବ୍ଦ ଏତେ ଜୋରରେ ଥିଲା ଯେ ରାସ୍ତା କଡ଼ରେ ରହୁଥିବା ଲୋକେ ଉଠି ଆସିଥିଲେ । ଗାଡି ଭିତରେ ରକ୍ତ ଜୁଡୁବୁଡୁ ହୋଇଥିବା ଡ୍ରାଇଭରଙ୍କୁ ପ୍ରଥମେ କାଢିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଚାପି ହୋଇ ଯାଇଥିବାରୁ ବାହାର କରିବା ମୁସ୍କିଲ ହୋଇ ପଡିଥିଲା ।

ଏନେଇ ଲୋକେ ଚନ୍ଦ୍ରଶେଖରପୁର ଥାନାକୁ ଫୋନ୍‌ କରିଥିଲେ । ଥାନାରୁ ଏକ ପିସିଆର ଭ୍ୟାନ ପହଞ୍ଚି ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ଗାଡ଼ି ଭିତରୁ କାଢିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲା ପୁଲିସ। ଦୁର୍ଘଟଣା ଘଟାଇଥିବା ଗାଡିକୁ କ୍ରେନ୍‌ ଯୋଗେ ଉଠାଇ ଥାନାକୁ ନେଇଥିଲା । ମଧ୍ୟାହ୍ନରେ ଗାଡିର ମାଲିକ ଥାନାରେ ଜୋରିମାନା ଦେଇ ଗାଡିଟିକୁ ନେଇ ଯାଇଥିଲେ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଡ୍ରାଇଭର ମଦ୍ୟପାନ କରି ଦ୍ରୁତଗତିରେ ଗାଡି ଚଳାଉଥିବାରୁ ଏମିତି ଦୁର୍ଘଟଣା ଘଟିଲା ।

ସମ୍ବନ୍ଧିତ ଖବର