PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଅଟକ
  • ||
  • ଭୁବନେଶ୍ୱର: ଥଣ୍ଡା ଜ୍ୱରରେ ରାଜ୍ୟ କଲବଲ: ପୀଡ଼ିତ ଶିଶୁଙ୍କ ସଂଖ୍ୟା ୩ଗୁଣ ବଢ଼ିଛି, ଚିନ୍ତାରେ ଅଭିଭାବକ
  • ||
  • ଭୁବନେଶ୍ୱର: ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ
  • ||
  • ଭୁବନେଶ୍ୱର: ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୭.୮
  • ||

ଏଲଆଇସି ଗ୍ରାହକଙ୍କ ପାଇଁ ଜରୁରୀ ଖବର: ୨୮ ଫେବୃୟାରୀ ପୂର୍ବରୁ କରନ୍ତୁ ଏହି କାମ ନଚେତ୍…

source:m.dailyhunt.in

ଯଦି ଆପଣ ମଧ୍ୟ ଲାଇଫ୍ ଇନ୍ୟୁରାନ୍ସ କର୍ପୋରେସନ୍ ଅଫ ଇଣ୍ଡିଆର ପଲିସି ହୋଲ୍ଡର ତେବେ ଆପଣଙ୍କ ପାଇଁ ଏହା ବହୁତ ଜରୁରୀ ଖବର । ଏଲଆଇସି ନିଜ ଗ୍ରାହକଙ୍କ ପାଇଁ ଏକ ଜରୁରୀ ମେସେଜ ପଠାଉଛି ଯାହା ଆପଣ ଜାଣିବା ଉଚିତ୍ । କହିରଖୁଛୁ ଏଲଆଇସି ଡିଜିଟାଲ ହେବାକୁ ଯାଉଛି । ମାର୍ଚ୍ଚ ମାସରେ ନିଜର ସବୁ ଗ୍ରାହକଙ୍କୁ ତାର ପଲିସି ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଅଟୋମେଟେଡ୍ ଏସଏମଏସ ଜରିଆରେ ପଠାଇବ ଏଲଆଇସି । ଏଥିପାଇଁ ଏଲଆଇସି ନିଜ ଗ୍ରାହକଙ୍କୁ ଏକ ଏସଏମଏସ୍ ପଠାଇ ସୂଚିତ କରୁଛି । ଏଲଆଇସି ଏସଏମଏସରେ ଲେଖୁଛି ଯେ ଆପଣଙ୍କ ପଲିସିର ପ୍ରିମିୟମ ଡ୍ଯୁ ଦେବାର ମେସେଜ୍ କେବଳ ଏସଏମଏସ୍ ଜରିଆରେ ମିଳିବ ଯାହାକି ୧.୩. ୨୦୧୯ରୁ ଲାଗୁ ହେବ ।

ଯଦି ଆପଣଙ୍କୁ ଏହି ମେସେଜ୍ ମିଳିଛି ତେବେ ଆପଣଙ୍କ ମୋବାଇଲ୍ ନମ୍ବର ପଲିସିରେ ରେଜିଷ୍ଟର ଅଛି । ଯଦି ଆପଣଙ୍କୁ ଏହି ମେସେଜ ମିଳିନି ତେବେ ଖୁବ ଶୀଘ୍ର ଆପଣଙ୍କ ମୋବାଇଲ୍ ନମ୍ବର ରେଜିଷ୍ଟର କରାଇନିଅନ୍ତୁ । ଏହା ଫଳରେ ପଲିସି ସମ୍ବନ୍ଧିତ ସବୁ ସୂଚନା ଏସଏମଏସ୍ ଜରିଆରେ ଆପଣଙ୍କୁ ମିଳିବ ।

ସମ୍ବନ୍ଧିତ ଖବର