ସମ୍ରେ ଆଉ ଏକ ବିରଳ ଅସ୍ତ୍ରୋପଚାର: ପେଟ ନ କାଟି ବାହାର କରାଗଲା ୬ ଇଞ୍ଚର ଟ୍ୟୁମର୍

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ସମ୍ ହସ୍ପିଟାଲ୍ ପେଟ ଓ ଯକୃତ ବିଭାଗରେ ଆଉ ଏକ ବିରଳ ଅସ୍ତ୍ରୋପଚାର ହୋଇଛି । ଜଣେ ୫୦ ବୟସ୍କ ମହିଳାଙ୍କ ପେଟ ନକାଟି ୬ ଇଞ୍ଚର ଟ୍ୟୁମର୍ ବାହାର କରାଯାଇଛି । ଇରବିଇ ଜେଟ୍ ଟେକ୍ନୋଲୋଜି ଦ୍ୱାରା ଏହା ସମ୍ଭବ ହୋଇପାରିଛି ।
ବାଲେଶ୍ୱରର ଜଣେ ମହିଳାଙ୍କ ପେଟ୍ରେ ଟ୍ୟୁମର ହୋଇଥିବାରୁ କଟକ ଏସ୍ସିବିରେ ଭର୍ତ୍ତି ହୋଇଥିଲେ । ଡାକ୍ତର ତାଙ୍କୁ ଓପନ୍ ସର୍ଜରୀ ପାଇଁ କହିଥିଲେ । ଏହାପରେ ସେ ସମ୍ ହସ୍ପିଟାଲ୍ ସହିତ ଯୋଗଯୋଗ କରିଥିଲେ । ସମ୍ ପେଟ ଓ ଯକୃତ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ସାହୁ ତାଙ୍କର ଟିମ୍ରେ ଥିବା ଡାକ୍ତର ଜିମି ନାରାୟଣଙ୍କୁ ଗଠିତ ଟିମ୍ ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ସମ୍ରେ ଥିବା ଅଭିଜ୍ଞ ଡାକ୍ତର ଓ ଅତ୍ୟାଧୁନିକ ଟେକ୍ନୋଲୋଜି ଥିବାରୁ ରୋଗୀଙ୍କ ପେଟକୁ ନକାଟି ଟ୍ୟୁମରକୁ ବାହାର କରାଯାଇପାରିଛି । ସବୁଠୁ ବଡ଼ କଥା ହେଉଛି, ଟ୍ୟୁମର ବାହାର କରିବାକୁ ରକ୍ତର ଆବଶ୍ୟକ ପଡ଼ିନଥିଲା କି ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ବି ପଡ଼ି ନଥିଲା । ଏବେ ରୋଗୀ ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ରହିଛନ୍ତି ।
ଅସ୍ତ୍ରୋପଚାର ବାବଦରେ ଡାକ୍ତର ସାହୁ କହିଛନ୍ତି, ଏ ଭଳି ଅସ୍ତ୍ରୋପଚାର ବହୁତ ବିରଳ । ତେବେ ସମ୍ର ଡାକ୍ତରମାନେ ବାହାରେ ତାଲିମ ନେବା ସହ ଅତ୍ୟାଧୁନିକ ମେସିନ୍ ହସ୍ପିଟାଲରେ ରହିଛି । ଯେଉଁଥିପାଇଁ ରୋଗୀର ସଫଳ ଭାବେ ଟ୍ୟୁମର ବାହାର କରାଯିବା ସହ ରୋଗୀ ଡିସ୍ଚାର୍ଜ ମଧ୍ୟ ହୋଇଯାଇଛନ୍ତି ।