PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ସମ୍‌ରେ ଆଉ ଏକ ଜଟିଳ ଅସ୍ତ୍ରୋପଚାର; ଶ୍ୱାସନଳୀରୁ ବାହାରିଲା ରତ୍ନପଥର ମାଳି

ଭୁବନେଶ୍ୱର, ୧୨ ।୬ (ବ୍ୟୁରୋ): ରତ୍ନ ପଥର ମାଳି ଧରି ଖେଳୁଥିବା ଜଣେ ୯ ବର୍ଷର ବାଳକ ମାଳିରୁ ଗୋଟିଏ ରତ୍ନ ପଥରକୁ ଗିଳି ଦେଇଥିଲା । ପଥର ମାଳିଟି ଶିଶୁର ଶ୍ୱାସନଳୀ ମଧ୍ୟ ଦେଇ ଡାହାଣପଟ ଫୁସଫୁସ୍‌ ଭିତରେ ପଶିଯାଇଥିଲା । ଯେଉଁଥିପାଇଁ ଶିଶୁଟି ନିଃଶ୍ୱାସ ନେବାରେ ସମସ୍ୟା ହେବା ସହିତ ଗୁରୁତର ହୋଇଥିଲା । ତେବେ ସମ୍‌ ହସ୍ପିଟାଲ ଏହି ଗୁରୁତର ଶିଶୁକୁ ନୂଆ ଜୀବନ ଦେଇଛି । ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଆଣ୍ଡ ସମ୍‌ ହସ୍ପିଟାଲ ଡାକ୍ତର ନୂଆ ଟେକ୍ନୋଲୋଜି ବ୍ୟବହାର କରି ଶିଶୁର ଶ୍ୱାସନଳୀରୁ ମାଳିଟିକୁ ବାହାର କରିପାରିଛନ୍ତି ।

ଉକ୍ତ ପିଲାଟିର ନାମ କ୍ରିଷ୍ଣା ନାହାକ । ଘର ଗଞ୍ଜାମ ଜିଲ୍ଲାରେ । କ୍ରିଷ୍ଣା ଏକ ରତ୍ନ ପଥର ମାଳିକୁ ଧରି ଖେଳୁଥିଲା । ଖେଳୁଖେଳୁ ସେଥିରୁ ଗୋଟିଏ ରତ୍ନ ପଥରକୁ ଗିଳି ଦେଇଥିଲା । ଏହାପରେ ତା’ର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ପରିବାର ଲୋକେ ତାକୁ ବିଭିନ୍ନ ହସ୍ପିଟାଲ୍‌ ନେଇଥିଲେ । ହେଲେ କିଛି ଲାଭ ହୋଇ ନଥିଲା । ଶେଷରେ ସେମାନେ ସମ୍‌ ହସ୍ପିଟାଲ୍‌ ପହଞ୍ଚିଥିଲେ । ସେଠାରେ ଇଏନ୍‌ଟି ଏବଂ ସ୍କଲ ବେସ୍‌ ସର୍ଜରୀର ବିଶେଷଜ୍ଞ ଡାକ୍ତର ରାଧାମାଧବ ସାହୁଙ୍କ ନିକଟରେ କ୍ରିଷ୍ଣାର ପ୍ରାଥମିକ ପରୀକ୍ଷା ନିରୀକ୍ଷା କରିଥିଲେ । ଶ୍ୱାସନଳୀଟି ଗଭୀର ମାତ୍ରାରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ଥୋରାସିକ୍‌ ସର୍ଜରୀ ମାଧ୍ୟମରେ ଚିକିତ୍ସା କରିବା ଏକମାତ୍ର ପନ୍ଥା ଥିଲା । ତେବେ ଏଥିରେ ମଧ୍ୟ ବାଳକର ଜୀବନ ପ୍ରତି ବିପଦ ରହିଥିଲା । ଯାହା ଡାକ୍ତରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ଡାକ୍ତର ସାହୁ କହିଛନ୍ତି । ତେବେ କାର୍ଡିଆକ୍‌ ଆନେସ୍‌ଥେଟିଷ୍ଟ ଡାକ୍ତର ଶ୍ରୀହର୍ଷ ସୁମନ୍‌ ଶତପଥୀ ଓ ଅନ୍ୟ ସର୍ଜିକାଲ୍‌ ଟିମ୍‌ ସଦସ୍ୟଙ୍କ ସହ ଆଲୋଚନା ପରେ ଫୋଗାରଟି ଏମ୍‌ବାଲେକ୍‌ଟୋମି କ୍ୟାଥେଟର୍‌ ବ୍ୟବହାର କରି ଏହି ରତ୍ନପଥରଟିକୁ ବାହାର କରିବାର ନିଷ୍ପତ୍ତି ନିଆଯାଇଥିଲା । ତେବେ ପଥରଟିର ଓଜନ ଅଧିକ ରହିଥିବାରୁ ଏହା ସମସ୍ୟା ସୃଷ୍ଟି କରିଥିଲା ।

ସେହି ପତଳା ଫୋଗାର୍‌ଟି କ୍ୟାଥେଟରକୁ ବ୍ୟବହାର କରି ପଥର ମଝିରେ ଥିବା ଛିଦ୍ର ମଧ୍ୟ ଦେଇ ଏହାକୁ କାଢ଼ିବାର ଚେଷ୍ଟା କରାଗଲା । ନିଃଶ୍ୱାସ ପ୍ରକ୍ରିୟା ଯୋଗୁଁ ମାଳିଟି ସ୍ଥିର ହୋଇ ରହୁ ନଥିବାରୁ ଏହାର ଛିଦ୍ର ମଧ୍ୟ ଦେଇ ସରୁ କ୍ୟାଥେଟର୍‌କୁ ପୁରାଇବା କଷ୍ଟକର ହୋଇଥିଲା । ମାତ୍ର ଏହି କାର୍ଯ୍ୟ ସଫଳତାର ସହ କରାଯାଇଥିଲା ଓ ରିଜିଡ ବ୍ରୋଙ୍କୋସ୍କୋପ୍‌ ବ୍ୟବହାର କରି ରତ୍ନ ପଥରଟିକୁ କାଢିଥିଲେ ଡାକ୍ତର । ଏଥିପାଇଁ ୧୨ ମିନିଟ ପାଖାପାଖି ସମୟ ଲାଗିଥିଲା ।

ଏହି ସମୟ ମଧ୍ୟରେ ଆପ୍ନିକ୍‌ ଅକ୍ସିଜନେସନ୍‌ ଆନେସ୍‌ଥେସିଆ ଦେଇ ଅତି ହାଇ ରିସ୍କ ଏବଂ ବଡ ଆହ୍ୱାନ ମଧ୍ୟରେ ପଥରଟିକୁ କଢ଼ାଯାଇପାରିଥିବା କାର୍ଡିଆକ୍‌ ଆନେସ୍‌ଥେଟିଷ୍ଟ ଡାକ୍ତର ଶତପଥୀ କହିଛନ୍ତି । ଅସ୍ତ୍ରୋପଚାର କରିଥିବା କୋର୍‌ ଟିମ୍‌ରେ ଡାକ୍ତର ଦେବାଶିଷ ସାହୁ, ଡାକ୍ତର ଜେ.ଏନ୍‌ ସେନାପତି, ଡାକ୍ତର ମୃତ୍ୟୁଞ୍ଜୟ ଦାସ, ଡାକ୍ତର ଅନିତା ବେହେରା, ଡାକ୍ତର ସ୍ୱାସ୍ତିକା ସ୍ୱାରୋ ଓ ଡାକ୍ତର ନିସ୍ତା ଆନନ୍ଦ ପ୍ରମୁଖ ରହିଥିଲେ ।