ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଖ୍ୟାତନାମା ବଲିଉଡ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କ ଦେହାନ୍ତ, ୯୪ ବର୍ଷ ବୟସରେ ଦୁନିଆକୁ ଅଲବିଦା

ମୁମ୍ବାଇ ୦୪/ ୦୬: ଭେଟେରାନ ବଲିଉଡ୍ ଅଭିନେତ୍ରୀ ଓ ମରାଠି ଚଳଚିତ୍ର ଜଗତର ଲୋକପ୍ରିୟ କଳାକାର ସୁଲୋଚନା ଲାଟକରଙ୍କର ପରଲୋକ ହୋଇଛି। ମୁମ୍ବାଇର ସୁଶ୍ରୁଶ ହସ୍ପିଟାଲରେ ୯୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ସୁଲୋଚନା । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବା ସୁଲୋଚନା ଲାଟକରଙ୍କ ଦୀର୍ଘଦିନ ହେଲା ଚିକିତ୍ସା ଜାରି ରହିଥିଲା । ସୋମବାର ଦାଦର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି ।

{"width":832,"height":466}
Sulochana Latkar:अमिताभ, धर्मेंद्र और दिलीप कुमार की ऑन स्क्रीन मां का  निधन, कल होगा अंतिम संस्कार - Sulochana Latkar On Screen Mother Of Amitabh  Dharmendra And Dilip Kumar Hospitalized ...
Amarujala

ସୁଲୋଚନାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତାଙ୍କ ଝିଅ କାଞ୍ଚନ ଘାନେକର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମିଡିଆକୁ ସୂଚନା ଦେଇଥିଲେ। ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଓ ବାର୍ଦ୍ଧକ୍ୟଜନିତ ରୋଗ ପାଇଁ ତାଙ୍କୁ ହସ୍ପିଟାଲ୍କୁ ଅଣାଯାଇଥିଲା ବୋଲି ତାଙ୍କ ଝିଅ କାଞ୍ଚନ କହିଥିଲେ। ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଶେଷରେ ଆଜି ତାଙ୍କର ବିୟୋଗ ହୋଇଛି।

ପଢନ୍ତୁ: ଯାହାକୁ ରଖିବେ ଅନନ୍ତ : ଟ୍ରେନ୍‌ ଦୁର୍ଘଟଣାସ୍ଥଳରୁ ୪୫ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକ

Sulochana Latkar | ज्येष्ठ अभिनेत्री सुलोचना दीदी यांचे निधन, मुंबईतील  रुग्णालयात सुरू होते उपचार - Marathi News | Veteran actress Sulochana Latkar  passed away in Mumbai | TV9 Marathi

ଗତ ମାର୍ଚ୍ଚ ମାସରେ ସୁଲୋଚନାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ସପ୍ତାହ ଧରି ଚିକିତ୍ସିତ ହେବା ପରେ ସେ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଥିଲେ। ଖ୍ୟାତନାମା ଅଭିନେତ୍ରୀ ସୁଲୋଚନା ଲାଟକର ନାୟିକା ହୁଅନ୍ତୁ ଅବା ଅନ୍ୟ ମୁଖ୍ୟ ଚରିତ୍ର ସେ ପ୍ରାୟ ୫୦ରୁ ଅଧିକ ମରାଠୀ ଫିଲ୍ମରେ ଅଭିନୟ କରିଛନ୍ତି। ସେହିପରି ୨୫୦ରୁ ଅଧିକ ହିନ୍ଦୀ ସିନେମାରେ ସେ ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇଥିଲେ।

Sulochana Latkar | Hindi Cinema की वो प्यारी मां जिसे आज सब भुला चुके हैं |  Biography
Social Media

୪୦ ଦଶକରେ ସୁଲୋଚନା ମରାଠୀ ଫିଲ୍ମରୁ ତାଙ୍କ ଅଭିନୟ କ୍ୟରିୟର ଆରମ୍ଭ କରିଥିଲେ। ମରାଠୀ ଫିଲ୍ମର ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦେବା ପରେ ସେ ବଲିଉଡ୍ର ପାଦ ଥାପିଥିଲେ। ସୁଲୋଚନାଙ୍କର କିଛି ଲୋକପ୍ରିୟ ସିନେମା ହେଲା ସତୀ ଅନୁଶୂୟା, ସାଧି ମାନ୍ସେ, ସଙ୍ଗତେ ଆଇକା, ମରାଠୀ ଟିଟୁକା ମେଲାଭା, ମୀଟ ଭାକର, ଭାହିନୀଚ୍ୟା ଭାଙ୍ଗଦ୍ୟା, ଧାକ୍ତି ଜାଓ, ଅବ ଜିଲ୍ଲୀ ଦୁର ନେହଁ, ସୁଜାତା , ଆୟେ ଦିନ ବାହାର କେ, ଦିଲ ଦେକେ ଦେଖୋ, ଅଶା। ସେହିପରି ମଜବୁର, ନଇ ରୋଶନୀ, ଆୟୀ ମିଲନ କି ବେଲା, ଗୋରା ଔର କାଲା, ଦେବର, ବନ୍ଦିନୀ ଭଳି ଫିଲ୍ମ ଅନ୍ୟତମ ।

You May Read:

wp:embed {"url":"https://www.prameya.com/gavaskar-choosen-his-playing-11-for-wtc-final-against-australia/","type":"wp-embed","providerNameSlug":"prameya"}
https://www.prameya.com/gavaskar-choosen-his-playing-11-for-wtc-final-against-australia/
/wp:embed

Copyright © 2022 - Summa Real Media Private Limited. All Rights Reserved.