ଭୁବନେଶ୍ଵର, ୨୭/୦୩ : ଆସନ୍ତା ଏପ୍ରିଲ ୨ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି। ୨ ତାରିଖ ୧୧ଟା ୧୫ରେ ଉପରାଷ୍ଟ୍ରପତି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ୨ ତାରିଖ ସନ୍ଧ୍ୟାରେ କଟକ ସାରଳା ଭବନରେ ଯୋଗଦେବେ। ଆଦିବାସୀ ସାରଳା ଦାସଙ୍କ ୬ ଶହ ତମ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପାଇଁ ସେ ଓଡ଼ିଶା ଆସୁଛନ୍ତି। ୩ ତାରିଖରେ ଉତ୍କଳ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ୩ ତାରିଖ ସନ୍ଧ୍ୟା ୫ଟାରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ପୁଣି ସରଗରମ ମହାରାଷ୍ଟ୍ର ରାଜନୀତି ! ନଓ୍ବାବ ମଲିକଙ୍କ...