ପୂରା ଦିନ ରାହୁଲଙ୍କୁ ଭେଟିବା ପାଇଁ ରାସ୍ତାରେ ବସି ରହିଲେ ବୟସ୍କା ମହିଳା, ମିଳିଲା ଏମିତି କିଛି ଆକ୍ସନ…

pic- internet
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ୱାୟନାଡ୍ ଗସ୍ତରେ ଅଛନ୍ତି। ଶୁକ୍ରବାର ସେ ନିଜ ସଂସଦୀୟ କ୍ଷେତ୍ରରେ ସ୍ଥାନୀୟ ଲୋକ ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ଜଣେ ବୟସ୍କା ମହିଳାଙ୍କୁ ଭେଟିଛନ୍ତି। ତେବେ ବଡ଼ କଥା ହେଲା ଉକ୍ତ ବୟସ୍କା ମହିଳା ରାହୁଲଙ୍କୁ ଭେଟିବା ପାଇଁ ପୂରା ଦିନ ସେଠାରେ ଅପେକ୍ଷା କରିଥିଲେ।
From early morning she was waiting to see Rahul Gandhi in Wayanad. pic.twitter.com/5Z9pon8leL
— Aaron Mathew (@AaronMathewINC) July 1, 2022
ରାହୁଲ ସେଠାରେ ତାଙ୍କ ପାଖକୁ ଯାଇଥିଲେ ଏହାକୁ ଦେଖି ବୟସ୍କା ମହିଳା ଖୁସି ହୋଇଯାଇଥିଲେ। ରାହୁଲ ତାଙ୍କ ହାତ ମିଳାଇଥିଲେ । ଏହାପରେ ସ୍ନେହରେ ରାହୁଲଙ୍କ ମୁଣ୍ଡ ଧରି ଟାଣି ଆଣିଥିଲେ ବୟସ୍କା ମହିଳା ଜଣକ। ତେବେ ରାହୁଲଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
୧୬ ସେକଣ୍ଡର ଏହି ଭିଡିଓରେ ବୃଦ୍ଧା ମହିଳା ଜଣକ ସଡ଼କରେ ବସିଥିବା ଦେଖିବାକୁ ମିଳିଛି। ଏହି ସମୟରେ ରାହୁଲ ତାଙ୍କୁ ଭେଟୁଛନ୍ତି ଏବଂ ତାଙ୍କ ଚାରିପାଖରେ ଲୋକମାନେ ଘେରି ଯାଇଥିଲେ