ଭଲ ଭାବରେ ଦେଖନ୍ତୁ, ଖବର ପଢୁଥିବା ଏହି ମହିଳା ଜଣକ ମଣିଷ ନୁହଁନ୍ତି…

ବେଜିଂ,୪।୩: ସାରା ବିଶ୍ବରେ ଟେକ୍ନୋଲୋଜି କେତେ ଆଗକୁ ପହଁଞ୍ଚି ସାରିଛି ତାହା ପ୍ରାୟ ସମସ୍ତେ ଜାଣନ୍ତି। ଆଜି ପ୍ରତ୍ୟେକ ବ୍ୟକ୍ତି ଟେକ୍ନୋଲୋଜି ଯୋଗେ ନିଜର କାମ କରୁଛନ୍ତି। ମଣିଷର କାମ ରୋବର୍ଟ କରୁଛି। ଚୀନର ଏକ ନ୍ୟୁଜ ଏଜେନ୍ସି ଠିକ୍ ମଣିଷ ଭଳି ଦେଖାଯାଉଥିବା ରୋବର୍ଟର ଆବିଷ୍କାର କରିଛି। ରବିବାର ପ୍ରଥମ ଥର ପାଇଁ ମଣିଷ ଭଳି ଦେଖା ଯାଉଥିବା ଏହି ରୋବୋଟ ନ୍ୟୁଜ ଆଙ୍କରର ବ୍ୟବହାର ବେଜିଂରେ ହେବାକୁ ଥିବା ବାର୍ଷିକ ସଂସଦର ବୈଠକକୁ ପ୍ରସ୍ତୁତ କରିବା ପାଇଁ କରାଯାଇଛି। ନ୍ୟୁଜ ପଢୁଥିବା ଏହି ରୋବର୍ଟକୁ ଦେଖି ଯେ କେହି ସହଜରେ ଜାଣିପାରିବେ ନାହିଁ ଯେ ଏହା ମଣିଷ ନୁହେଁ ରୋବର୍ଟ।
Remember Xinhua’s first #AI anchor “who” made his first appearance last year? Now he can make more hand gestures and facial expressions! He also now has a colleague as Xinhua unveils the world’s first female AI anchor pic.twitter.com/M96OHtV9kN
— China Xinhua Sci-Tech (@XHscitech) February 21, 2019
ଶିନ୍ ଶିଓମିଙ୍ଗ ନାମକ ଏହି ରୋବର୍ଟ ଟେକ୍ନୋଲୋଜି ଦୁନିଆକୁ ଆଗକୁ ଆହୁରି ବଢାଇ ନେଇଛି। ଏକ ନ୍ୟୁଜ ଏଜେନ୍ସି ଦ୍ବାରା ୧ ମିନିଟର ଏକ ଭିଡିଓ ଜାରି କରାଯାଇଛି। ଏଥିରେ ଛୋଟ କେଶ ଥିବା, କାନରେ ଝୁମକା ପିନ୍ଧି ଏକ ରୋବର୍ଟ ପୁରାପୁରି ଜଣେ ମହିଳାଙ୍କ ଭଳି ଦେଖାଯାଉଛି। ଏହି ଟେକ୍ନୋଲୋଜିର ବିକଶିତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମର ବ୍ୟବହାର କରାଯାଇଛି।
ଉଲ୍ଳେଖନୀୟ ଯେ ନିଜର ଏକ ନ୍ୟୁଜ ଆଙ୍କର ଭଳି ଏହି ରୋବର୍ଟକୁ ଶିହୁଂଆ ଓ ସୋଗୋ ଇଙ୍କ ଏକାଠି ମିଶି ତିଆରି କରିଛନ୍ତି। ଗତ ବର୍ଷ ନଭେମ୍ବରରେ ଏହି ନ୍ୟୁଜ ଏଜେନ୍ସି ଭୁଜେନରେ ଆୟୋଜିତ ହୋଇଥିବା ବିଶ୍ବ ଇଣ୍ଟରନେଟ୍ ସମ୍ମିଳନୀରେ ପୁରୁଷଙ୍କ ପୋଷାକ ପିନ୍ଧି ଦୁଇଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଥିବା ନ୍ୟୁଜ ଆଙ୍କରଙ୍କୁ ଉପସ୍ଥାପିତ କରିସାରିଛି। ଚୀନ ଏବେ ଏଆଇ ଟେକ୍ନୋଲୋଜି ଉପରେ କାମ କରୁଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ ଜରିଆରେ ନ୍ୟୁଜ ଆଙ୍କର ଦେବା ପରେ ଚୀନ ସ୍ବୟଂଚାଳିକ କାର ତିଆରି କରିବା ନେଇ କାମ କରୁଛି।