ମୋଦିଙ୍କ ଉପସ୍ଥିତିରେ ମହିଳା ମନ୍ତ୍ରୀଙ୍କ ସହ ଅସଦାଚରଣ, ଭିଡିଓ ଭାଇରାଲ

ଅଗରତାଲା,୧୨ ।୨(ଏଜେନ୍ସି): ଶନିବାର ତ୍ରିପୁରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ରାଲିରେ ସେଠାକାର ଜଣେ ମନ୍ତ୍ରୀ ଅନ୍ୟ ଜଣେ ମହିଳା ମନ୍ତ୍ରୀଙ୍କ ସହିତ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି । ଶନିବାର ଏହି ରାଲି ହୋଇଥିଲେ ହେଁ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନ୍ୟ ଅତିଥିମାନେ ମଞ୍ଚ ଉପରେ ଥିଲାବେଳେ ମନ୍ତ୍ରୀ ମନୋଜ କାନ୍ତି ଦେବ ରାଜ୍ୟର ସାମାଜିକ କଲ୍ୟାଣ ଏବଂ ସାମାଜିକ ଶିକ୍ଷା ବିଭାଗ ମନ୍ତ୍ରୀ ଶାନ୍ତନା ଚକମାଙ୍କ ଅଣ୍ଟାକୁ ପଛପଟରୁ ଧରୁଥିବାର ଏବଂ ଚକମା ତାଙ୍କ ହାତକୁ ଛାଟି ଦେଉଥିବାର ଦେଖାଯାଉଛି । ସଂଯୋଗବଶତଃ ଚକମା ହେଉଛନ୍ତି ଆଦିବାସୀ ସମୁଦାୟର ଏବଂ ସେ ହେଉଛନ୍ତି ରାଜ୍ୟର ଏକମାତ୍ର ମହିଳା ମନ୍ତ୍ରୀ ।
Modi ji2,9,2019 ku tripura pucha oha
— Zakaria Ahmed (@zakariaahmed332) February 10, 2019
Ek udgatan pe tripura ki #bjpneta ki halat dekiye #santanachakma minister social welfare bar bar inki kamar par hat dalte #manojkantideb minister of youth affairs ek minister honeki bad khud suraksit nahi@abhisar_sharma @dhruv_rathee pic.twitter.com/oc0x2F8Aj8
ଏହି ଭିଡିଓ ସାମ୍ନାକୁ ଆସିଲା ପରେ ବାମପନ୍ଥୀ ଦଳଗୁଡିକ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏଭଳି ଅଶାଳୀନ ଆଚରଣ ପ୍ରଦର୍ଶନ କରିଥିବା ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି । କିନ୍ତୁ ମନ୍ତ୍ରୀ ମନୋଜ ଏହା ଉପରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ଅନ୍ୟପଟରେ ବିଜେପି ପ୍ରଶ୍ନ କରିଛି କି ଏହି ଘଟଣାକୁ ନେଇ ମହିଳା ମନ୍ତ୍ରୀ ଜଣକ କିଛି ଅଭିଯୋଗ କରିନଥିଲାବେଳେ ବାମପନ୍ଥୀ ଦଳଗୁଡିକ କାହିଁକି ମୁଣ୍ଡ ଖେଳାଉଛନ୍ତି? ସେମାନେ ପୂର୍ବରୁ ରାଜ୍ୟର ବିଜେପି ସରକାରଙ୍କ ବିରୋଧରେ ଅପ୍ରାସଙ୍ଗିକ ବିଷୟ ଉତ୍ଥାପନ କରିଆସୁଥିଲେ । ଏବେ କିନ୍ତୁ ସେମାନେ ଆଉ ପାଦେ ଆଗକୁ ଯାଇ ବିଜେପି ମନ୍ତ୍ରୀମାନଙ୍କ ଚରିତ୍ର ହନନ କରିବାକୁ ଉଦ୍ୟମ କରୁଛନ୍ତି ।