ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଆଇଆଇସି, ଚାର୍ଜସିଟରୁ ନାଁ କାଟିବା ପାଇଁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାବୁଡ଼ରେ ପୋଲିସ ବାବୁ

ବଲାଙ୍ଗିର ୪/୧୨: ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଇଆଇସି ଆଲୋକ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ । ସେ ଏକ ପୁରୁଣା ମାମଲାର ଚାର୍ଜସିଟରେ ଦଫା କୋହଳ କରିବାକୁ ଲାଞ୍ଚ ନେଉଥିଲେ । ବଲାଙ୍ଗିର, ବରଗଡ଼ ଏବଂ ସମ୍ବଲପୁର ଭିଜିଲାନ୍ସ ମିଳିତ ଭାବରେ ଚଢ଼ାଉ କରିବା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ଏବେ ଥାନା ସମେତ ବାସଭବନରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି ।