PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ

ପଦ୍ମପୁର, ୦୯/୦୮ : ଧରାପଡ଼ିଲେ ଲାଞ୍ଚୁଆ କୃଷି ଅଧିକାରୀ। ବରଗଡ଼ ଜିଲ୍ଲା ପାଇକମାଳ ସହାୟକ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବରଗଡ଼ ପାଇକମାଳ ସ୍ଥିତ ଅଫିସ, ଭୁବନେଶ୍ଵର ଶୈଳେଶ୍ରୀବିହାର ସ୍ଥିତ ଘର, କଟକ ତିଗିରିଆ ସ୍ଥିତ ପୈତୃକ ଘରେ ଚଢାଉ ଜାରି ରହିଛି।

ସୂଚନାନୁଯାୟୀ, ପାଇକମାଳ ସହାୟକ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କଠାରୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ପାଇକମାଳ ନୃସିଂହନାଥ ରୋଡ଼ରେ ଟଙ୍କା ନେଉଥିବା ବେଳେ ଖବର ପାଇ ଭିଜିଲାନ୍ସ ଚଢାଉ କରିଥିଲା। ଏହି ଆଧାରରେ ସହାୟକ କୃଷି ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ବରଗଡ଼ ପାଇକମାଳ ସ୍ଥିତ ଅଫିସ, ଭୁବନେଶ୍ଵର ଶୈଳେଶ୍ରୀବିହାର ସ୍ଥିତ ଘର, କଟକ ତିଗିରିଆ ସ୍ଥିତ ପୈତୃକ ଘରେ ରେଡ୍ ଚାଲିଛି।

ସମ୍ବନ୍ଧିତ ଖବର