PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷାଧିକାରୀ

ପୁରୀ, ୧୩ ।୭(ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଡ. ହୃଷିକେଶ କାଣ୍ଡି । ୧୨ ତାରିଖ ସନ୍ଧ୍ୟାରେ ସେ ଏକ ଏସ୍‌ୟୁଭିରେ ୧ ଲକ୍ଷ ୧୧ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ଅତର୍କିତ ଚଢ଼ଉ କରି ଟଙ୍କା ଜବତ କରିଛି । ଟଙ୍କା କେଉଁଠୁ ଆସିଲା ତାହାର ବିବରଣୀ ଠିକ୍‌ ଭାବେ ଦେଇପାରିନଥିଲେ ଡ.କାଣ୍ଡି । ପରେ ଚଢ଼ଉ ଜୋରଦାର ଚାଲିଥିଲା । ଶୁକ୍ରବାର ସନ୍ଧ୍ୟାରେ କୋଣାର୍କ-ମାଳତିପାଟପୁର ବାଇପାସ୍‌ ନିକଟରେ ପୁରୀରୁ ଭୁବନେଶ୍ୱର ଡୁମୁଡୁମାସ୍ଥିତ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କ ଗାଡ଼ିକୁ ଅଟକାଇ ଏହି ଏହି ଟଙ୍କା ଜବତ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏହି ଚଢ଼ଉ ଥିଲା । ଶିକ୍ଷକଙ୍କ ବଦଳି ଅଟକାଇବା, ଚାକିରି ସ୍ଥାୟୀ କରିବା ନେଇ ସେ ଟଙ୍କା ଆଦାୟ କରୁଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ।

ପୂର୍ବରୁ ଏହି ଅଧିକାରୀ ବାଲେଶ୍ୱରରେ ଥିବାବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏ ନେଇ ଭିଜିଲାନ୍ସରେ ମାମଲା ମଧ୍ୟ ରହିଛି । ଘଟଣା ପରେ ପୁରୀକୁ ବଦଳି ହୋଇ ଆସିଥିଲେ । ହେଲେ ଅସାଧୁ କାରବାର ବନ୍ଦ ହୋଇନଥିଲା । ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା । ଶେଷରେ ଏକ ବଡ଼ ଅର୍ଥ ରାଶି ସହ ଏହି ଅଧିକାରୀଙ୍କୁ ଭିଜିଲାନ୍ସ ହେପାଜତକୁ ନେଇଛି । ଏନେଇ ଭିଜିଲାନ୍ସ ମାମଲା ରୁଜୁ କରିଛି ।

ଗୋଟିଏ ଟିମ୍‌ ଏହି ଅଧିକାରୀଙ୍କ କାର୍‌କୁ ପିଛା କରି ଧରିବା ପରେ ଅନ୍ୟ ଗୋଟିଏ ଟିମ୍‌ ଭୁବନେଶ୍ୱର ଡୁମୁଡୁମାରେ ଥିବା ତାଙ୍କ ଫ୍ଲାଟ୍‌ରେ ଚଢ଼ଉ କରିଥିଲା । ସେଠାରୁ ବହୁ ପରିମାଣର ସୁନା, ରୁପା ଅଳଙ୍କାର ଜବତ କରିଛି । ବ୍ୟାଙ୍କ ଖାତା ଓ ଅନ୍ୟାନ୍ୟ ଦସ୍ତାବିଜ୍‌କୁ ମଧ୍ୟ ଜବତ କରିଛି । ଦ୍ୱିତୀୟ ଶନିବାର, ରବିବାର ଥିବା ଯୋଗୁ ବ୍ୟାଙ୍କରେ ମହଜୁଦ ଟଙ୍କା ନେଇ ଖୋଳତାଡ଼ ହୋଇପାରି ନଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏହାର ବିଶଦ ବିବରଣୀ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଇଛି । ସେହିପରି ଏହି ଅଧିକାରୀଙ୍କ ସରକାରୀ ଅଫିସ୍‌ ଓ ବାସଭବନରେ ଭିଜିଲାନ୍ସ ଚଢ଼ଉ କରି ବିଭିନ୍ନ ଜିନିଷ, ଟଙ୍କା ଜବତ କରିଛି । ଭୁବନେଶ୍ୱରରେ ଥିବା କୋଠା ଓ ପ୍ଲଟର ମୂଲ୍ୟ ଟେକ୍‌ନିକାଲ ଟିମ୍‌ ନିର୍ଦ୍ଧାରଣ କରିବ ବୋଲି କୁହାଯାଇଛି । ଜବତ ସମ୍ପତ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି ।