ଭିଜିଲାନ୍ସ ଜାଲରେ ଅବକାରୀ ଉପ ଅଧୀକ୍ଷକ, ରାୟଗଡ଼ାରୁ ଭୁବନେଶ୍ଵର ଆସୁଥିବା ବେଳେ ନଗଦ ୬ ଲକ୍ଷ ଟଙ୍କା ଜବତ

ରାୟଗଡ଼ା, ୧୪/୦୫ : ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ବିଭାଗର ଉପ ଅଧୀକ୍ଷକ ନୀନା ବେଉରା। ରାୟଗଡ଼ାରୁ ଭୁବନେଶ୍ଵର ଆସୁଥିବା ବେଳେ ଉପ ଅଧୀକ୍ଷକଙ୍କୁ ଖୋର୍ଦ୍ଧା ନିକଟରେ ଧରିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ନଗଦ ୬ ଲକ୍ଷ ଟଙ୍କା ଜବତ ହୋଇଛି। ତେବେ ସେ ଟଙ୍କା କେଉଁଠୁ ଆଣିଥିଲେ ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି।
ସୂଚନାନୁଯାୟୀ, ଭିଜିଲାନ୍ସ ଟିମ୍ କଟକ ମାହାଙ୍ଗା ସ୍ଥିତ ନୀନା ବେଉରାଙ୍କ ସ୍ଵାମୀଙ୍କ କ୍ଵାର୍ଟରରେ ମଧ୍ୟ ଚଢାଉ କରିଛି। ନୀନାଙ୍କ ସ୍ଵାମୀ ନିହାର ରଞ୍ଜନ ଦାସ ମାହାଙ୍ଗା ଥାନା ଆଇଆଇସି ଭାବେ କାର୍ଯ୍ୟରତ ଅଛନ୍ତି। ଭିଜିଲାନ୍ସ ଆସିବା ଖବର ପାଇ ଆଇଆଇସି ଘରେ ତାଲା ପକାଇ ପଳାଇଥିବା ସୂଚନା ମିଳିଛି। ଭୁବନେଶ୍ଵର ଭିଜିଲାନ୍ସରେ ହାଜର ହେବାକୁ ନିହାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।