ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ

Published By : Harapriya Sethi | December 27, 2024 9:00 AM

କଳାହାଣ୍ଡି, ୨୭/୧୨: ଏକ ମାମଲା ରଫାଦଫା ପାଇଁ ୩,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌ । ଧରା ପଡିଲେ ଗ୍ରାମରକ୍ଷୀ ଶ୍ରୀମୁଖ ବାଗ । ହେଲେ ଖସିଗଲେ ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ । କଳାହାଣ୍ଡି ଜିଲ୍ଲାରେ ଏଭଳି ଘଟଣା ଘଟିଛି । 

ଏକ ମାମଲା ରଫାଦଫା ପାଇଁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ଗୋଇରାପଦର ଗାଁର ପ୍ରଭା ପୁଝାରିଙ୍କୁ ୩,୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ଟିମ୍‌କୁ ଜଣାଇଥିଲେ । ଟଙ୍କା ନେବା ପୂର୍ବରୁ ଭିଜିଲାନ୍ସ ଟିମ୍‌ ଉକ୍ତ ସ୍ଥାନରେ ଛକି ବସିଥିଲା । ରଙ୍ଗ ବୋଳା ଟଙ୍କା ନେବା ମାତ୍ରେ ଅତର୍କିତ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । ଚଢାଉ କରିବା ବେଳେ ଗ୍ରାମରକ୍ଷୀ ଶ୍ରୀମୁଖ ବାଗ ଧରା ପଡ଼ିଥିଲେ । ହେଲେ ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏଏସ୍‌ଆଇଙ୍କୁ ଧରିବା ପାଇଁ ଭିଜିଲାନ୍ସ ଟିମ୍‌ ଉଦ୍ୟମ ଜାରି ରଖିଛି । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.