ନୂଆଦିଲ୍ଲୀ: ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଟିଭିକେ ମୁଖ୍ୟ ଥାଲାପତି ବିଜୟ । ରବିବାର ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଐତିହାସିକ ଶପଥ ଗ୍ରହଣ ଉତ୍ସବ । ଏହି ଅବସରରେ ତାଙ୍କର ଭଲ ବନ୍ଧୁ ଭାବେ ଜଣାଶୁଣା ତ୍ରିଶା ଯୋଗ ଦେଇଥିଲେ । ଏହି ଅଭିନେତ୍ରୀଙ୍କୁ ନେଇ ବିଜୟଙ୍କ ନାମ ଯୋଡ଼ା ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ତ୍ରିଶା ।
ତ୍ରିଶା ବିଜୟଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ମୁଁ ବେଶ ଖୁସି ବୋଲି ନିଜର ପ୍ରଥମ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହାସହ ତ୍ରିଶା ପ୍ରକୃତ ବନ୍ଧୁଭାବେ ବିଜୟଙ୍କ ସହ ସବୁବେଳେ ଛିଡ଼ା ହୋଇଛନ୍ତି । ସେ ଏହି ଭବ୍ୟ ଉତ୍ସବ ସମୟରେ ବେଶ ଖୁସିଥିବା ଦେଖିବାକୁ ମିଳିଥିଲା । ଏହାସହ ବିଜୟଙ୍କ ମାଆ ଏବଂ ଭଉଣୀଙ୍କୁ ଆଲିଙ୍ଗନ କରି ନିଜର ଖୁସି ବ୍ୟକ୍ତ କରିଥିବା ନଜର ଆସିଥିଲା ।
ତେବେ ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ତ୍ରିଶାଙ୍କ ଏଣ୍ଟ୍ରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିଲେ । ପାରମ୍ପରିକ ଲୁକରେ ବେଶ ସୁନ୍ଦର ଦିଶୁଥିଲେ । ସମସ୍ତଙ୍କ ନଜର ତାଙ୍କ ଉପରେ ରହିଥିଲା । ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥିବାବେଳେ ବିଜୟଙ୍କ ସହ ଛିଡ଼ା ହୋଇଛନ୍ତି ସେ ।
ଏହାସହ ପଢ଼ନ୍ତୁ: ବିନ୍ଦି-ଗଜରା ଲଗାଇ ବିଜୟଙ୍କ ଶପଥ ସମାରୋହରେ ସାମିଲ ହେଲେ ତ୍ରିଶା କ୍ରିଷ୍ଣନ, ଭାଇରାଲ ହେଲା ଲୁକ୍