PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଫିଲ୍ମ ‘ଲାଇଗର୍’ ପାଇଁ ଉଲଗ୍ନ ହେଲେ ବିଜୟ ଦେବରାକୋଣ୍ଡା, ପୋଷ୍ଟର ଦେଖି ଟ୍ରୋଲ୍ କଲେ ୟୁଜର୍ସ

ନୂଆଦିଲ୍ଲୀ ୦୨/୦୭: ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ ‘ଲାଇଗର୍’ ଘୋଷଣା ପରଠାରୁ ଚର୍ଚ୍ଚାରେ ରହିଛି। ଫିଲ୍ମରେ ଅନନ୍ୟା ପାଣ୍ଡେ ଫିମେଲ ଲିଡ୍ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ମକରନ୍ଦ ପାଣ୍ଡେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫ୍ୟାନ୍ସ ଫିଲ୍ମ ପାଇଁ ବହୁତ ସମୟ ଅପେକ୍ଷା କରିଛନ୍ତି ଏବଂ ଫିଲ୍ମର ଟ୍ରେଲର ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି।

ନିର୍ମାତା ଲାଇଗର୍ ରୁ ବିଜୟ ଦେବରାକୋଣ୍ଡାର ଏକ ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି। ଯେଉଁଥିରେ ସେ ସମ୍ପୂର୍ଣ୍ଣ ନଗ୍ନ ଦେଖାଯାଉଛନ୍ତି। ଅଭିନେତା ତାଙ୍କର ଗୋଟିଏ ହାତରେ ଏକ ପୁଷ୍ପଗୁଚ୍ଛ ଧରିଛନ୍ତି, ଯେଉଁଥିରୁ ସେ ତାଙ୍କର ପ୍ରାଇଭେଟ୍ ପାର୍ଟକୁ ଲୁଚାଇ ରଖିଛନ୍ତି। ବିଜୟଙ୍କ ଏହି ସୁପର ବୋଲ୍ଡ ପୋଷ୍ଟର ରିଲିଜ୍ ହେବା ମାତ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାପୂର୍ବରୁ ଅମୀର ଖାନଙ୍କ ଫିଲ୍ମ ପିକେ ପାଇଁ ଏପରି ପୋଷ୍ଟର ତିଆରି କରାଯାଇଥିଲା, ଯାହା ବିବାଦ ପରେ ପ୍ରତ୍ୟାହାର କରିବାକୁ ପଡିଥିଲା।

ଲାଇଗରର ମୁଖ୍ୟ ଅଭିନେତା ବିଜୟ ଦେବରାକୋଣ୍ଡା ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଏହି ପୋଷ୍ଟର ସେୟାର କରିଛନ୍ତି। ଯେଉଁଥିରେ କ୍ୟାପସନରେ ସେ ଲେଖିଛନ୍ତି, ‘ଏକ ଫିଲ୍ମ ଯାହା ମୋର ସବୁକିଛି ନେଇଥିଲା। ମାନସିକ, ଶାରୀରିକ ସ୍ତରରେ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଏହା ମୋର ସବୁଠାରୁ ଚ୍ୟାଲେଞ୍ଜିଂ ଭୂମିକା ଥିଲା। ମୁଁ ମୋର ସବୁକିଛି ଆପଣଙ୍କୁ ଦେଇଛି। ଖୁବ୍ ଶୀଘ୍ର ଆସୁଛି।’

ଅଭିନେତାଙ୍କ ଏହି ଲୁକ୍ ଉପରେ ସୋସିଆଲ ମିଡିଆରେ ଜନସାଧାରଣଙ୍କ ମିଶ୍ରିତ ପ୍ରତିକ୍ରିୟା ଆସୁଛି। ଏହି ଲୁକରେ ବିଜୟଙ୍କୁ ଦେଖିବା ପରେ ଅନେକ ଲୋକ ପିକେ କୁ ମନେ ପକାଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସାର୍, ଆପଣଙ୍କର ଏହି ପୋଷ୍ଟର ମୋତେ ଟିକେ ନିରାଶ କରିଛି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ଏହା କେଉଣ ପ୍ରକାର ଅଶ୍ଳୀଳତା।