ମୁମ୍ବାଇ,୪/୩ : ସାଉଥର ଲୋକପ୍ରିୟ ଦମ୍ପତ୍ତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗତ ସପ୍ତାହରେ ଉଭୟ ରାଜସ୍ଥାନର ଉଦୟପୁରରେ ଏକ ସମାରୋହରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କ ବିବାହ କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ଏକ ତାରକା ହୋଟେଲରେ ହୋଇଥିଲା । ଏବେ ବିବାହ ପରେ ହାଇଦ୍ରାବାଦରେ ରଖାଯାଇଥିବା ତାଙ୍କର ରିସେପଶନ ବି ଖୁବ୍ ଚର୍ଚ୍ଚାରେ ରହିଛି । ଫ୍ୟାନ୍ସ ଏହି ଯୋଡ଼ିକୁ ‘ବିରୋଶ’ କହୁଛନ୍ତି ଏବଂ ରିସେପଶନର ଆରମ୍ଭ ହେବା ମାତ୍ରକେ ସୋସିଆଲ ମିଡ଼ିଆରେ ଫଟୋ ଏବଂ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି ।

ନିଜ ଓ୍ବେଡିଂ ରିସପେଶନରେ ଲାଲ ରଙ୍ଗର ସିଲ୍କ ଶାଢୀରେ ନୂତନ କନ୍ୟା ନଜର ଆସିଛନ୍ତି , ଏହାସହ କଳା ଏବଂ ଗୋଲ୍ଡେନ ରଙ୍ଗର ବର୍ଡ଼ର ତାର ଲୁକକୁ ଆହୁରି ସୁନ୍ଦର କରି ତୋଳୁଛି । ସେ ପାରମ୍ପରିକ ଅନ୍ଦାଜରେ ଜୁଏଲାରୀ ପିନ୍ଧିଥିବା ନଜର ଆସୁଛନ୍ତି । ଗଳାରେ ନେକଲେସ, ବଡ଼ ଝୁମକା ସବୁ ଆହୁରି ସୁନ୍ଦର କରି ତୋଳୁଛି । ମଥାରେ ସିନ୍ଦୁର ରଶ୍ମିକାଙ୍କ ଏହି ଲୁକକୁ ସମ୍ପୂର୍ଣ୍ଣ କରୁଛି ।

ସେହିଭଳି ବିଜୟ ବି କ୍ଲାସି ଟିପିକାଲ୍ ସାଉଥ ଇଣ୍ଡିଆନ ଲୁକ୍ ବାଛିଛନ୍ତି । ସେ ସଫା ପାରମ୍ପରିକ ସିଲ୍କ ଆଉଟଫିଟ୍, ଶାର୍ଟ କୁର୍ତ୍ତା ଏବଂ ଲୁଙ୍ଗି ପିନ୍ଧିଥିବା ନଜର ଆସୁଛନ୍ତି। ଯାହା ସହ ଗଳାରେ ଚେନ୍ ପକାଇଛନ୍ତି। ତାଙ୍କ ହେୟାରଷ୍ଟାଇଲ୍ ତାଙ୍କର ପର୍ସନାଲିଟିକୁ ଆହୁରି ଆକର୍ଷିତ କରୁଛି ।

ଖାଲି ଏତିକି ନୁହେଁ ବରଂ ରଶ୍ମିକା ଏବଂ ବିଜୟଙ୍କ ସହ ତାଙ୍କ ପରିବାର ବି ନଜର ଆସୁଛନ୍ତି । ଯେଉଁଥିରେ ସମସ୍ତେ ବହୁତ ଖାସ୍ ଅନ୍ଦାଜରେ ନଜର ଆସୁଛନ୍ତି । ରଶ୍ମିକାଙ୍କ ବାପା- ମା ଏବଂ ବିଜୟଙ୍କ ବାପା- ମା ଏବଂ ଭାଇ ସବୁ ଲୋକ ଏହି ଓ୍ବେଡିଂ ରିସେପଶନରେ ଶାହୀ ଅନ୍ଦାଜରେ ନଜର ଆସିଛନ୍ତି ।