ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଭାରତ ଫେରିବାକୁ ଚାହାନ୍ତି ପଳାତକ ବିଜୟ ମାଲ୍ୟା; ରଖିଲେ ଏହି ସର୍ତ୍ତ

Published By : Ankita S | June 6, 2025 9:20 AM

ନୂଆଦିଲ୍ଲୀ,୦୬/୦୬: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତ ଆସିବାକୁ ଯୋଜନା କରୁଛନ୍ତି । ଏ ନେଇ ବିଜୟ ମାଲ୍ୟାଙ୍କ ପକ୍ଷରୁ ସରକାରଙ୍କ ଆଗରେ କିଛି ସର୍ତ୍ତ ରଖାଯାଇଛି । ନିକଟରେ ମାଲ୍ୟା ଏକ ପୋଡ଼କାଷ୍ଟରେ ସାମିଲ ହୋଇଥିଲେ । ଯେଉଁଥିରେ ଦୁର୍ନୀତି ଅଭିଯୋଗଠୁ ନେଇ ପଳାତକ ସମେତ ପ୍ରସଙ୍ଗରେ ଖୋଲାଖୋଲି କଥା ହୋଇଥିଲେ । ୨୦୧୬ରେ ଭାରତରୁ ଫେରାର ହୋଇଥିଲେ ବିଜୟ ମାଲ୍ୟା । ତାଙ୍କୁ ଭାରତ ଆଣିବାକୁ ଯୋଜନା ଚାଲିଛି ।

ଏକ ପୋଡ଼କାଷ୍ଟରେ ବିଜୟ ମାଲ୍ୟାଙ୍କୁ ପଚରାଯାଇଥିଲା ଯଦି ଶୁଶାଣି ନିରପେକ୍ଷ ହୁଏ, ତେବେ କଣ ତୁମେ ଭାରତ ଆସିବାକୁ ଚାହିଁବ । ଏହା ଉପରେ ସେ କହିଥିଲେ, 'ଯଦି ମୋତେ ଭରସା ଦିଆଯିବ ତେବେ ନିଶ୍ଚିନ୍ତ ଏହା ଉପରେ ଗମ୍ଭୀରତାର ସହ ବିଚାର କରିବି । କିଛି ଅନ୍ୟ ଲୋକ ଅଛନ୍ତି ଯାହାଙ୍କୁ ସରକାର ବ୍ରିଟେନ୍‌ରୁ ପ୍ରତ୍ୟାର୍ପଣ କରିବାକୁ ଟାର୍ଗେଟ କରୁଛନ୍ତି ।'

ସେ ଆହୁରି କହିଛନ୍ତି, '୨୦୧୬ ପରେ ଭାରତ ନଯିବାରୁ ମୋ ପଳାତକ କୁହାଗଲା । ମୁଁ ଆଗରୁ ଭାରତରୁ ଆସିଥିଲି । ଏହା ସତ ଯେ ମୁଁ ସେହି କାରଣକୁ ଆଉ ଭାରତ ଯାଇନାହିଁ । ଯାହା ମୋତେ ବୈଧ ଲାଗେ । ଏମିତିରେ ଯଦି ମୋତେ ତୁମେ ପଳାତକ କହିବାକୁ ଚାହୁଁଛ ତେବେ କରିପାର । ହେଲେ ଚୋରର କହିବାର ମାନେ କଣ କେଉଁଠି ଚୋରି ହୋଇଛି ?'

ବିଜୟ ମାଲ୍ୟା ଭାରତୀୟ ବ୍ୟାଙ୍କରୁ କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିବା ୯ ହଜାର କୋଟିରୁ ଅଧିକ ଋଣ ପରିଶୋଧ ନକରିବାର ଅଭିଯୋଗ ରହିଛି । ୨୦୧୬ରୁ ସେ ବ୍ରିଟେନ୍‌ରେ ରହୁଛନ୍ତି । ଏବେ ସେ ଭାରତ ଫେରିବାକୁ ନେଇ ବଡ଼ ବୟାନ ଦେଇଛନ୍ତି । ୨୦୧୭ରେ ଭାରତ ବ୍ରିଟେନ୍‌କୁ ପ୍ରତ୍ୟାର୍ପଣ ନେଇ ଦାବି କରିଥିଲା । ୨୦୧୮ରେ ଲଣ୍ଡନ କୋର୍ଟ ଏ ନେଇ ମଞ୍ଜୁରୀ ଦେଇଥିଲେ । ୨୦୧୯ରେ ବ୍ରିଟେନ୍‌ ହୋମ୍ ସେକ୍ରେଟାରୀ ଏହାକୁ ମଞ୍ଜୁର କରିଥିଲେ । ଏହାପରେ ବିଜୟ ମାଲ୍ୟାଙ୍କ ଅପିଲ ପରେ ମାମଲା ଏବେ ଆଇନ୍‌ଗତ ମାମଲାରେ ଫସି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.