ନୂଆଦିଲ୍ଲୀ,୨୩/୦୫; ତାମିଲନାଡ଼ୁ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ଅଲ୍ରାଉଣ୍ଡର ବିଜୟ ଶଙ୍କର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଥିଲେ ହେଁ ଘରୋଇ କ୍ରିକେଟ୍ ଓ ଆଇପିଏଲ୍ ଜାରି ରଖିଥିଲେ । ୨୦୧୨ରେ ସେ ତାମିଲନାଡ଼ୁ ପକ୍ଷରୁ ରଣଜୀ ଟ୍ରଫି ପଦାର୍ପଣ କରିଥିଲେ । ୧୩ବର୍ଷ ଧରି ତାମିଲନାଡୁ ପକ୍ଷରୁ ଖେଳିବା ପରେ ସେ ଗତ ସିଜନରେ ତ୍ରିପୁରା ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ।

ଭାରତୀୟ କ୍ରିକେଟର ବିଜୟ ଶଙ୍କର ଶୁକ୍ରବାର ଘରୋଇ କ୍ରିକେଟ ଏବଂ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରି ଭାବୁକ ପୋଷ୍ଟ କରିଛନ୍ତି । ଏକ୍ସରେ ୨୫ ବର୍ଷର ଲମ୍ବା କ୍ୟାରିୟର ପରେ ସେ ବିସିସିଆଇ, ପରିବାର ଏବଂ ସାଥିରେ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ପେସର ଅଲରାଉଣ୍ଡର ବିଜୟ ସ୍ପଷ୍ଟ କରିଛନ୍ତି ଯେ, କ୍ରିକେଟ ଛାଡୁନାହିଁ ଏବଂ ନୂଆ ବିକଳ୍ପ ସହିତ କ୍ରିକେଟ ଖେଳିବା ଜାରି ରହିବ । କାରଣ କ୍ରିକେଟ ମୋ ପାଇଁ କେବଳ ଏକ ଖେଳ ନୁହେଁ ମୋ ଜୀବନ । ନାଗପୁରରେ ଭାରତରର ୫୦୦ତମ ଦିନିକିଆରେ ଶେଷ ଓଭରରେ ବୋଲିଂ କରିଥିଲେ । ୨୦୧୯ ବିଶ୍ୱକପ ପ୍ରଥମ ବଲରେ ୱିକେଟ୍ ହାସଲ କରିଥିଲେ । ଏହା ତାଙ୍କ ପାଇଁ ସୁନ୍ଦର ମୂହୁର୍ତ୍ତ ଥିଲା ବୋଲି କହିଛନ୍ତି ବିଜୟ । ବିଜୟ କହିଛନ୍ତି ଯେ ତାଙ୍କ କ୍ୟାରିୟରରେ ସେ ବହୁତ ଘୃଣା ଏବଂ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । "ମୁଁ ସବୁବେଳେ ଏହାକୁ ଅଣଦେଖା କରି ଆଗକୁ ବଢ଼ିବାକୁ ବାଛିଥିଲି ।" ସେ ବିସିସିଆଇ, ଆଇପିଏଲ ଦଳ ଏବଂ ତାଙ୍କ ଘରୋଇ ଦଳ ତାମିଲନାଡୁ କ୍ରିକେଟକୁ ଧନ୍ୟବାଦ ଜଣାଇଛନ୍ତି ।

୨୦୧୯ ବିଶ୍ୱକପ୍ ଖେଳିଥିଲେ- ବିଜୟଙ୍କୁ ୨୦୧୮ ମସିହାରେ ନିଦାହାସ୍ ଟି-୨୦ ଟ୍ରଫି ପାଇଁ ଭାରତୀୟ ଦଳରେ ମନୋନୀତ କରାଯାଇଥିଲା। ସେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏବଂ ବାଂଲାଦେଶ ବିପକ୍ଷରେ ତାଙ୍କର ଦ୍ୱିତୀୟ ଟି-୨୦ରେ ଦୁଇଟି ୱିକେଟ୍ ନେଇ ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ବିଜୟ ଜାନୁଆରୀ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ। ସେ ୧୨ଟି ଏକଦିବସୀୟ ଏବଂ ୯ଟି ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ । ବିଜୟଙ୍କୁ ୨୦୧୯ ବିଶ୍ୱକପ୍ ପାଇଁ ନମ୍ବର ୪ ବ୍ୟାଟର ଏବଂ ଜଣେ ଉପଯୋଗୀ ମଧ୍ୟମ ଗତି ବୋଲର ଭାବରେ ମନୋନୀତ କରାଯାଇଥିଲା । ସେ ପାକିସ୍ତାନ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ବଲରେ ଇମାମ୍-ଉଲ୍-ହକଙ୍କ ୱିକେଟ୍ ନେଇଥିଲେ ।

ଏହା ବି ପଢନ୍ତୁ...IPL 2026: ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ-ପଞ୍ଜାବ କିଙ୍ଗସ୍ ଫାଇଟ୍, ଶ୍ରେୟସ ବାହିନୀ ପାଇଁ ଶେଷ ସୁଯୋଗ  

​​​​​​​

ବିଜୟଙ୍କ କ୍ୟାରିୟର-  ତାମିଲନାଡୁର ବିଜୟ ୧୦ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ସେ ୧୩ ବର୍ଷରୁ କମ୍ ଦଳରୁ ବରିଷ୍ଠ ଦଳ ପର୍ଯ୍ୟନ୍ତ ତାମିଲନାଡୁ ପାଇଁ ତାଙ୍କର ଅଧିକାଂଶ କ୍ରିକେଟ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସେ ୭୭ଟି ମ୍ୟାଚ ଖେଳି ୪୨୫୩ ରନ ସଂଗ୍ରହ କରିବା ସହ ୪୩ଟି ୱିକେଟ୍ ନେଇଛନ୍ତି । କେବଳ ସେତିକି ନୁହେଁ, ୨୦୧୩ ସିଜନରୁ ସେ ଆଇପିଏଲ୍ ଖେଳୁଛନ୍ତି । ଗତ ବର୍ଷ ଚେନ୍ନାଇ ପକ୍ଷରୁ ଖେଳିଥିଲେ ହେଁ ଏଥର ନିଲାମରେ ତାଙ୍କୁ କୌଣସି ଦଳ କିଣି ନଥିଲେ । ସୂଚନାଯୋଗ୍ୟ, ବିଜୟ ଭାରତ ପକ୍ଷରୁ ୧୨ଟି ଦିନିକିଆ ଓ ୯ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ସେ ୧୧୨ ଲିଷ୍ଟ ଏ ମ୍ୟାଚ୍‌ରେ ୨,୭୯୦ ରନ୍ ଏବଂ ୭୩ ୱିକେଟ୍ ନେଇଥିଲେ, ସେହିପରି ସେ ୧୫୯ ଟି-୨୦ ମ୍ୟାଚ୍‌ରେ ୨,୫୮୩ ରନ୍ ଏବଂ ୩୮ ୱିକେଟ୍ ନେଇଥିଲେ ।  

​​​​​​​