PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

‘ବିକ୍ରାନ୍ତ ରୋନା’ରେ ନଜର ଆସିବେ ସିଂହଳୀ ସୁନ୍ଦରୀ ଜ୍ୟାକ୍‌ଲିନ, ୨୮ରେ କରିବ ମୁକ୍ତିଲାଭ

ମୁମ୍ବାଇ ୨୪/୦୬: ସୁପର୍‌ଷ୍ଟାର କିଚ୍ଚା ସୁଦୀପଙ୍କ ବିଗ୍‌-ଟିକେଟ୍‌ ଆକ୍ସନ୍‌-ଆଡ୍‌ଭେଞ୍ଚର ଫିଲ୍ମ ‘ବିକ୍ରାନ୍ତ ରୋନା’ ଆସନ୍ତା ମାସ ୨୮ ତାରିଖରେ ମୁକ୍ତିଲାଭ କରିବ । ଫିଲ୍ମ ମେକର୍‌ ଏହାର ବହୁପ୍ରତୀକ୍ଷିତ ଟ୍ରେଲର୍‌ ରିଲିଜ୍‌ କରିଛନ୍ତି । ଏହାକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି । ଏଥିରେ ସୁଦୀପଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ସିଂହଳୀ ସୁନ୍ଦରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ । ନିର୍ଦ୍ଦେଶକ ଅନୁପ ଭଣ୍ଡାରୀ ଓ ସମସ୍ତ ଷ୍ଟାର୍‌ କାଷ୍ଟ ଏବେ ଫିଲ୍ମ ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି । ଏଥିରେ ସାମିଲ ବି-ଟାଉନ୍‌ ବିଉଟି ଜ୍ୟାକ୍‌ଲିନ ଗୀତ ‘ରା ରା ରକମ୍ମା’ରେ ନଜର ଆସିବେ ।

ଫିଲ୍ମ ଟିମ୍‌ ସହିତ କାମ କରିବାର ଅନୁଭବ ଶେୟାର କରି ଜ୍ୟାକି କହିଛନ୍ତି, ରକମ୍ମା ଗୀତର ସୁଟିଂ ପାଇଁ ସେ ଯେତେବେଳେ ପହଞ୍ଚିଲେ³ ବିଶାଳ ସେଟ୍‌ ଦେଖି ବହୁତ ଆନନ୍ଦିତ ହୋଇଗଲେ । କିଚ୍ଚା ସୁଦୀପଙ୍କ ଭଳି ଜଣେ ସୁପର୍‌ଷ୍ଟାରଙ୍କ ସହ କାମ କରିବାର ଅନୁଭବ ତାଙ୍କ ପାଇଁ ବେଶ ସ୍ମରଣୀୟ । ଏହି ଟିମ୍‌ ସହ କାମ କରିବା ସେଲିବ୍ରେସନ୍‌ ଭଳି ଥିଲା । ସେଟ୍‌ରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ବିତାଇଥିବା ସମୟ ତାଙ୍କ ପାଇଁ ଥିଲା ଅତ୍ୟନ୍ତ ସୁଖଦ । କଠିନ ପରିଶ୍ରମ ସତ୍ତେ୍ୱ ସମସ୍ତଙ୍କ ମୁହଁରେ ଥିଲା ହସ । ଏହା ଜ୍ୟାକିଙ୍କୁ ଖୁବ୍‌ ପ୍ରଭାବିତ କରିଛି । ‘ବିକ୍ରାନ୍ତ ରୋନା’ କନ୍ନଡ଼, ତାମିଲ, ତେଲୁଗୁ, ମାଲାୟାଲମ୍‌ ଓ ହିନ୍ଦୀ ସମେତ ଅନ୍ୟ ବିଦେଶୀ ଭାଷାରେ ମୁକ୍ତିଲାଭ କରିବ ।

ସମ୍ବନ୍ଧିତ ଖବର